Advertisment

କୋଭିଡ଼ କାଳରେ ସମାଜସେବାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଅବିନାଶ ଖେମକା

କଟକ (ଓଡ଼ିଶା ରିପୋର୍ଟର): କୋଭିଡ୍ ମହାମାରୀ ବେଳେ ଅନେକ ଲୋକ ସମାଜସେବା କରିବାକୁ ଆଗେଇ ଆସିଛନ୍ତି। ସେମାନଙ୍କ ମଧ୍ୟରୁ କଟକର ଅବିନାଶ ଖେମକା ଅନ୍ୟତମ। ଗତବର୍ଷ କୋଭିଡ ମହାମାରୀ ଆରମ୍ଭ ହେବା ବେଳେ ଅବିନାଶ ଖେମକା ୪୦ଦିନ (ମେ-ଜୁନ ୨୦୨୦) ଯାଏ ଅନେକ ପ୍ରବାସୀ ଶ୍ରମିକଙ୍କୁ ଖାଇବା ଦେବା ସହିତ ସେମାନଙ୍କ ଘରେ ମଧ୍ୟ ଛାଡ଼ିଥିଲେ। ପେସାରେ ଜଣେ ବ୍ୟବସାୟୀ ହୋଇଥିଲେ ମଧ୍ୟ ଅବିନାଶ ଖେମକା ଫଟୋଗ୍ରାଫି ସହିତ ସମାଜସେବା କରିବା ତାଙ୍କର ନିଶା। ସେ ଏବେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
କୋଭିଡ଼ କାଳରେ ସମାଜସେବାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଅବିନାଶ ଖେମକା

Amuly-Jiban-Foundation

କଟକ (ଓଡ଼ିଶା ରିପୋର୍ଟର): କୋଭିଡ୍ ମହାମାରୀ ବେଳେ ଅନେକ ଲୋକ ସମାଜସେବା କରିବାକୁ ଆଗେଇ ଆସିଛନ୍ତି। ସେମାନଙ୍କ ମଧ୍ୟରୁ କଟକର ଅବିନାଶ ଖେମକା ଅନ୍ୟତମ। ଗତବର୍ଷ କୋଭିଡ ମହାମାରୀ ଆରମ୍ଭ ହେବା ବେଳେ ଅବିନାଶ ଖେମକା ୪୦ଦିନ (ମେ-ଜୁନ ୨୦୨୦) ଯାଏ ଅନେକ ପ୍ରବାସୀ ଶ୍ରମିକଙ୍କୁ ଖାଇବା ଦେବା ସହିତ ସେମାନଙ୍କ ଘରେ ମଧ୍ୟ ଛାଡ଼ିଥିଲେ। ପେସାରେ ଜଣେ ବ୍ୟବସାୟୀ ହୋଇଥିଲେ ମଧ୍ୟ ଅବିନାଶ ଖେମକା ଫଟୋଗ୍ରାଫି ସହିତ ସମାଜସେବା କରିବା ତାଙ୍କର ନିଶା।

Advertisment

ସେ ଏବେ ଗତ ବର୍ଷ ଜୁନରେ ଅମୂଲ୍ୟ ଜୀବନ ଫାଉଣ୍ଡେସନ ନାମରେ ଏକ ଫାଉଣ୍ଡେସନ ତିଆରି କରି ଅନେକ ଲୋକଙ୍କୁ ସହଯୋଗ କରୁଛନ୍ତି। ଚଳିତ ବର୍ଷ କୋଭିଡ ଯେତେବେଳେ ପିକରେ ଥିଲା ସେତେବେଳେ ଅବିନାଶ ସମାଜ ପ୍ରତି ଥିବା ତାଙ୍କ ଦାୟିତ୍ୱକୁ ଭୁଲି ନାହାନ୍ତି। ପ୍ରତିଦିନ ୧୯୦୦ ଜଳଖିଆ ପ୍ୟାକେଟ ସହିତ ୧୮୦୦ ପ୍ୟାକେଟ ଲଞ୍ଚ ପ୍ୟାକେଟ ବାଣ୍ଟିଛନ୍ତି ଅବିନାଶ। ଖାଲି ଏତିକି ନୁହେଁ ପଶୁ ପକ୍ଷୀଙ୍କୁ ମଧ୍ୟ ଖାଦ୍ୟ ପୁଡିଆ ବାଣ୍ଟିଛନ୍ତି ଏହି ସମାଜସେବୀ।