Advertisment

‘ୱାର୍ଲଡ୍‌ ୟୁଥ୍‌ ଡେ’ରେ ଆବେ ୱେଷ୍ଟ୍‌ ସର୍ଭିସେସ୍‌ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୱାର୍ଲଡ୍‌ ୟୁଥ୍‌ ସ୍କିଲ୍‌ ଡେ ଅବସରରେ ଆବେ ୱେଷ୍ଟ୍‌ ସର୍ଭିସେସ୍‌ ପକ୍ଷରୁ ଲୁମ୍ୱିନି ବିହାରରେ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ସହରକୁ ସ୍ୱଚ୍ଛ କରିବା ପାଇଁ ରାଲି ମାଧ୍ୟମରେ ଆବେ ୱେଷ୍ଟ୍‌ ସର୍ଭିସେସ୍‌ରେ ଅଧ୍ୟୟନ କରୁଥିବା ୧୫୦ରୁ ଅଧିକ ଛାତ୍ରଛାତ୍ରୀ ରାଲିରେ ଯୋଗ ଦେବା ସହ ସହରକୁ ସ୍ୱଚ୍ଛ କରିବା ପାଇଁ ସାଧାରଣ ଜନସାଧାରଣକୁ ରାଲି ଯୋଗେ ଜାଗୃତ କରାଇଥିଲେ। ଆବେୱେଷ୍ଟ ସର୍ଭିସେସ୍‌ ଅଧ୍ୟୟନ ଛାତ୍ରଛାତ୍ରୀମାନେ ସ୍ୱଚ୍ଚତାକୁ କିପରି ଭାବରେ ସ୍କିଲ ସହ […]

author-image
Minati Mishra
‘ୱାର୍ଲଡ୍‌ ୟୁଥ୍‌ ଡେ’ରେ ଆବେ ୱେଷ୍ଟ୍‌ ସର୍ଭିସେସ୍‌ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

abbey

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୱାର୍ଲଡ୍‌ ୟୁଥ୍‌ ସ୍କିଲ୍‌ ଡେ ଅବସରରେ ଆବେ ୱେଷ୍ଟ୍‌ ସର୍ଭିସେସ୍‌ ପକ୍ଷରୁ ଲୁମ୍ୱିନି ବିହାରରେ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ସହରକୁ ସ୍ୱଚ୍ଛ କରିବା ପାଇଁ ରାଲି ମାଧ୍ୟମରେ ଆବେ ୱେଷ୍ଟ୍‌ ସର୍ଭିସେସ୍‌ରେ ଅଧ୍ୟୟନ କରୁଥିବା ୧୫୦ରୁ ଅଧିକ ଛାତ୍ରଛାତ୍ରୀ ରାଲିରେ ଯୋଗ ଦେବା ସହ ସହରକୁ ସ୍ୱଚ୍ଛ କରିବା ପାଇଁ ସାଧାରଣ ଜନସାଧାରଣକୁ ରାଲି ଯୋଗେ ଜାଗୃତ କରାଇଥିଲେ।

Advertisment

ଆବେୱେଷ୍ଟ ସର୍ଭିସେସ୍‌ ଅଧ୍ୟୟନ ଛାତ୍ରଛାତ୍ରୀମାନେ ସ୍ୱଚ୍ଚତାକୁ କିପରି ଭାବରେ ସ୍କିଲ ସହ ଯୋଡ଼ା ଯାଇପାରିବ, ତାହା ପଦଯାତ୍ରା ମାଧ୍ୟମରେ ସଚେତନ କରାଇଥିଲେ। ଏହି ଅବସରେର ଆବେୱେଷ୍ଟ ସର୍ଭିସେସ୍‌ ପକ୍ଷରୁ ବୁଦ୍ଧ ପାର୍କରେ ଏକ ଡଷ୍ଟବିନ ୱାର୍ଡ ମଧ୍ୟ ଉଦଘାଟନ କରାଯାଇଥିଲା।

publive-image

ଏହି ରାଲିରେ ଓଡିଶା ସ୍କିଲ୍‌ ଡେଭଲପମେଣ୍ଟ୍‌ ବିଭାଗର ଯୁଗ୍ମ ସଚିବ ପିନାକୀ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ପିନାକୀ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ମନୋବଳକୁ ବୃଦ୍ଧି କରିବା ସହ ଯୁବ ସମାଜକୁ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ପରାର୍ମଶ ଦେଇଥିଲେ।

Advertisment

ଛାତ୍ର ଛାତ୍ରୀଙ୍କୁ ଉସିାହିତ କରିବା ପାଇଁ ଓଡିଶା ସ୍କିଲ୍‌ ଡେଭଲପମେଣ୍ଟ ବିଭାଗର ଆସିଷ୍ଟାଣ୍ଟ୍‌ ଡାରେକ୍ଟର ନିଗମ ଚରଣ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ସହ ରାଲିକୁ ସମ୍ୱୋଧିତ କରିଥିଲେ।

ଏହି ଅବସରରେ ଆବେୱେଷ୍ଟ ସର୍ଭିସେସସ୍‌ ପ୍ରାଇଭେଟ ଲିମିଟେଡ ପ୍ରତିଷ୍ଠାତା ତଥା ପରିଚାଳନା ନିଦ୍ଦେର୍ଶକ ପ୍ରଫେସର ପୃଥୀରାଜ ଦାସ ଛାତ୍ର ଛାତ୍ର ମାନଙ୍କୁ ସମ୍ୱୋଧିତ କରି କହିଥିଲେ, ଆମର ମିଶନ ହୋଉଛି ଆଜିର ଯୁବ ସମାଜ ଦକ୍ଷ ସୁଦୃଢିତ କରିବା। ଏଥିପାଇଁ ଆମେ ନିରନ୍ତର ଭାବରେ ପ୍ରୟାସ କରିବା ଉଚିତ। ଏହିପରି କାର୍ଯ୍ୟକ୍ରମ ଆଗକୁ କରିବା ସହ ଲୋକମାନଙ୍କୁ ଦକ୍ଷତା ବିଷୟରେ ସଚେତନତା ପାଇଁ ଚେଷ୍ଟା କରିବୁ।