Advertisment

ବାଲୁକା କଳା ମାଧ୍ୟମରେ ଭୋଟରଙ୍କୁ ସଚେତନ କଲେ ସୁଦର୍ଶନ

ପୁରୀ(ଓଡ଼ିଶା ରିପୋର୍ଟର): ଏବେ ଚାଲିଛି ନିର୍ବାଚନୀ ଋତୁ। ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ନେତାମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ କମିଶନ୍‌ଙ୍କ ଠାରୁ ଆରମ୍ଭ କରି ବେସରକାରୀ ସ୍ତରରେ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ନିଶ୍ଚିତ ମତଦାନ କରିବାକୁ ଭୋଟରଙ୍କୁ ସଚେତନ କରାଯାଉଛି। ଆଉ ଏହି କାର୍ଯ୍ୟରେ ଅତି ନିଆରା ଢଙ୍ଗରେ ଯୋଡ଼ି ହୋଇଛନ୍ତି ଜଣାଶୁଣା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ […]

ଅଦ୍ୟତନ ହୋଇଛି
ବାଲୁକା କଳା ମାଧ୍ୟମରେ ଭୋଟରଙ୍କୁ ସଚେତନ କଲେ ସୁଦର୍ଶନ

0sand

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଏବେ ଚାଲିଛି ନିର୍ବାଚନୀ ଋତୁ। ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ନେତାମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ କମିଶନ୍‌ଙ୍କ ଠାରୁ ଆରମ୍ଭ କରି ବେସରକାରୀ ସ୍ତରରେ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ନିଶ୍ଚିତ ମତଦାନ କରିବାକୁ ଭୋଟରଙ୍କୁ ସଚେତନ କରାଯାଉଛି। ଆଉ ଏହି କାର୍ଯ୍ୟରେ ଅତି ନିଆରା ଢଙ୍ଗରେ ଯୋଡ଼ି ହୋଇଛନ୍ତି ଜଣାଶୁଣା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ବାଲୁକା କଳା ମାଧ୍ୟମରେ ଭୋଟରଙ୍କୁ ସଚେତନ କରିବାକୁ ପ୍ରୟାସ କରିଛନ୍ତି।

Advertisment

ପୁରୀ ବେଳାଭୂମିରେ ସେ ବାଲୁକା କଳା ମାଧ୍ୟମରେ ‘YOUR VOTE YOUR VOICE’ ସହିତ ‘VOTE FOR BETTER INDIA’ ଭଳି ବାର୍ତ୍ତା ଦେଇଛନ୍ତି।

Advertisment


ଏହି ବାଲୁକା କଳା ମାଧ୍ୟମରେ ସେ ଭୋଟରଙ୍କୁ ସଚେତନ କରିବାରୁ ଉଦ୍ୟମ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି ବାଲୁକା କଳା ବୁଲି ଦେଖିବା ସହ ସୁଦର୍ଶନଙ୍କୁ ପ୍ରଶଂସା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe