Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା: ପୂର୍ବତନ ଓଏଚପିସି ଡେପୁଟି ମ୍ୟାନଜେରଙ୍କୁ ୩ ବର୍ଷ ଓ ତାଙ୍କ ପତ୍ନୀଙ୍କୁ ବର୍ଷେ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତତକାଳୀନ ଓଏଚପିସି ଡେପୁଟି ମ୍ୟାନେଜର ଦିଲ୍ଲୀପ ମହାନ୍ତି ଓ ତାଙ୍କ ପତ୍ନୀ କୃଷ୍ଣପ୍ରିୟା ମହାନ୍ତିଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଦିଲ୍ଲୀପକୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଯାଇଥିବା ବେଳେ ତାଙ୍କ ପତ୍ନୀଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଜେଲ ଦଣ୍ଡାଦେଶ ସହିତ ଦିଲ୍ଲୀପଙ୍କୁ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ଅଧିକ ୧୫ ମାସ ଜେଲ […]

ଅଦ୍ୟତନ ହୋଇଛି
ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା: ପୂର୍ବତନ ଓଏଚପିସି ଡେପୁଟି ମ୍ୟାନଜେରଙ୍କୁ ୩ ବର୍ଷ ଓ ତାଙ୍କ ପତ୍ନୀଙ୍କୁ ବର୍ଷେ ଜେଲ୍ ଦଣ୍ଡାଦେଶ

ohpcdirector

Advertisment

ohpcdirectorଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତତକାଳୀନ ଓଏଚପିସି ଡେପୁଟି ମ୍ୟାନେଜର ଦିଲ୍ଲୀପ ମହାନ୍ତି ଓ ତାଙ୍କ ପତ୍ନୀ କୃଷ୍ଣପ୍ରିୟା ମହାନ୍ତିଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଦିଲ୍ଲୀପକୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଯାଇଥିବା ବେଳେ ତାଙ୍କ ପତ୍ନୀଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଜେଲ ଦଣ୍ଡାଦେଶ ସହିତ ଦିଲ୍ଲୀପଙ୍କୁ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ଅଧିକ ୧୫ ମାସ ଜେଲ ଦଣ୍ଡ ଭୋଗିକାବୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ତାଙ୍କ ପତ୍ନୀ କୃଷ୍ଣପ୍ରିୟାଙ୍କୁ ୫୦ ହଜାର ଟଙ୍କା ଜରିମାନା କରାଯାଇଛି ।

Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୨୦୦୪ରେ ଦିଲ୍ଲୀପଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କଠାରୁ ୧ କୋଟି ୭୮ ଲକ୍ଷ ଟଙ୍କାର ସଂପତ୍ତି ଠାବ କରାଯାଇଥିଲା। ସେଥିମଧ୍ୟରୁ ୪୨ ଲକ୍ଷ ୩୧ ହଜାର ୬୦୦ ଟଙ୍କାର ଆୟର ଉତ୍ସ ସଂପର୍କରେ ଦିଲ୍ଲୀପ କୌଣସି ସ୍ପଷ୍ଟ ସୂଚନା ଦେଇ ପାରି ନ ଥିଲେ। ସେଥିପାଇଁ ଆଜି ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ବେଆଇନ୍ ଭାବେ ଅର୍ଥ ଠୁଳ କରିବାରେ ଦିଲ୍ଲୀପଙ୍କୁ ସହଯୋଗ କରିଥିବା ଅଭିଯୋଗରେ ତାଙ୍କ ପତ୍ନୀ କୃଷ୍ଣପ୍ରିୟାଙ୍କୁ ମଧ୍ୟ କୋର୍ଟ ୧ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।

ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ଏହି ରାୟ ବିରୋଧରେ ଉପର କୋର୍ଟ ଯିବେ ବୋଲି କହିଛନ୍ତି ଦିଲ୍ଲୀପ ଏବଂ ତାଙ୍କ ପତ୍ନୀ। ଦିଲ୍ଲୀପ କହିଛନ୍ତି ଯେ, ତାଙ୍କର ବ୍ୟବସାୟ ଥିଲା। ଉକ୍ତ ଅର୍ଥ ସେ ବ୍ୟବସାୟରୁ ଆୟ କରିଥିଲେ।

Advertisment

ସରକାରୀ ଓକିଲ କହିଛନ୍ତି, ଦିଲ୍ଲୀପ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିଲା। କେଉଁ ଭଳି ଭାବେ ସେମାନେ ସଂପତ୍ତି ଠୁଳ କରିଥିଲେ ତାହା କୋର୍ଟରେ ଦେଖାଇ ପାରି ନ ଥିଲେ। ସେଥିପାଇଁ କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଉପର କୋର୍ଟକୁ ଯିବା ପାଇଁ ସେମାନଙ୍କର ସଂପୂର୍ଣ୍ଣ ଅଧିକାର ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe