Advertisment

ତାତିଲେ ପିଲା, ନରମିଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷକ ନିଯୁକ୍ତି ନିମନ୍ତେ ହେବାକୁ ଥିବା ବିଏଡ୍‌ ପରୀକ୍ଷାରେ ୨୦୦ ମାର୍କର ଲାଙ୍ଗୁଏଜ୍ ଟେଷ୍ଟକୁ ବାଧ୍ୟତାମୂଳକ କରାଯିବାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ଏପରିକି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି।  ଛାତ୍ରଛାତ୍ରୀଙ୍କ ଦାବିକୁ ଅଣଦେଖା କରାଯିବନି ଓ ଆବଶ୍ୟକ ସ୍ଥଳରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ […]

author-image
Niharika Rout
ଅଦ୍ୟତନ ହୋଇଛି
ତାତିଲେ ପିଲା, ନରମିଲେ ସରକାର

protest

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷକ ନିଯୁକ୍ତି ନିମନ୍ତେ ହେବାକୁ ଥିବା ବିଏଡ୍‌ ପରୀକ୍ଷାରେ ୨୦୦ ମାର୍କର ଲାଙ୍ଗୁଏଜ୍ ଟେଷ୍ଟକୁ ବାଧ୍ୟତାମୂଳକ କରାଯିବାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ଏପରିକି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି।  ଛାତ୍ରଛାତ୍ରୀଙ୍କ ଦାବିକୁ ଅଣଦେଖା କରାଯିବନି ଓ ଆବଶ୍ୟକ ସ୍ଥଳରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-OSSTET ଜରିଆରେ ଶିକ୍ଷକ ନିଯୁକ୍ତି କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ୨୦୦ ମାର୍କର ବାଧ୍ୟତାମୂଳକ ଲାଙ୍ଗୁଏଜ୍ ଟେଷ୍ଟକୁ ବିରୋଧ କରିଛନ୍ତି ବିଏଡ୍ ଛାତ୍ରଛାତ୍ରୀ ।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଯେ, ୨୦୧୫ ପରଠାରୁ ରାଜ୍ୟରେ ସ୍ନାତକ ଶ୍ରେଣୀରେ ୨୦୦ ମାର୍କର ଲାଙ୍ଗୁଏଜ୍ କୌଣସି ଛାତ୍ରଛାତ୍ରୀ ପଢ଼ିନାହାନ୍ତି। ତେଣୁ ସେମାନେ ପରୀକ୍ଷା ଦେବାରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି। ଏଥିଯୋଗୁ ସେମାନଙ୍କ କ୍ୟାରିଅର ବରବାଦ ହୋଇପାରେ। ସରକାରଙ୍କ ଏହି ନିୟମ ଦ୍ୱାରା ସେମାନଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଥିବା ବେଳେ ପରୀକ୍ଷା କିପରି ଦେବେ ବୋଲି ପ୍ରଶ୍ନ କରିଛନ୍ତି।

Advertisment

ଏନେଇ ମନ୍ତ୍ରୀ ସମୀର ଦାସ କହିଛନ୍ତି,  ଯେପରି ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ନ ହେବେ ସେଥିଲାଗି ପଦକ୍ଷେପ ନିଆଯାଉଛି।   ପୂର୍ବରୁ ଚଳିତ ମାସ ୧୩ ତାରିଖକୁ ଶେଷ ତାରିଖ ବୋଲି ଘୋଷଣା କରାଯାଇଥିବା ବେଳେ ଏହାକୁ ଦିନେ, ୨ ଦିନ ପାଇଁ ଘୁଞ୍ଚାଯାଇପାରେ । ୨୦୦ ମାର୍କର ଲାଙ୍ଗୁଏଜ୍ ପରୀକ୍ଷାରେ ରିହାତି କରାଯାଇପାରେ। ଏନେଇ କିଛି ନିଷ୍ପତ୍ତି ନିଆଯାଇ ନ ଥିବା ବେଳେ ଖୁବ୍‌ ଶୀଘ୍ର ବୋର୍ଡ ତରଫରୁ ନୋଟିସ ଆସିପାରେ।

Odisha Education Samir Dash