Advertisment

ରାତି ପାହିଲେ ଖୋଲିବ ବାବା ଧବଳେଶ୍ୱର ମନ୍ଦିର

ଆଠଗଡ଼(ନୀଳକଣ୍ଠ ଦୋରା): ଆସନ୍ତାକାଲିଠାରୁ ଖୋଲିବ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱର ମନ୍ଦିର। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି। ଅଗଷ୍ଟ ମାସର ଗାଇଡଲାଇନ୍‌ରେ ରାଜ୍ୟ ସରକାର କୋଭିଡ୍‌ କଟକଣା କୋହଳ କରିଥିଲେ। ଧର୍ମାନୁଷ୍ଠାନ ଖୋଲିବେ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛାଡ଼ିଥିଲେ ଏସ୍‌ଆର୍‌ସି। ଏହା ମନ୍ଦିର ଖୋଲିବା ଦାବି ଜୋର ଧରିଥିଲା। ପ୍ରଶାସନିକ ଅଧିକାରୀ ଓ ଧର୍ମାନୁଷ୍ଠାନ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ପରେ […]

ଅଦ୍ୟତନ ହୋଇଛି
୧୧ରେ ମହା ଶିବରାତ୍ରୀ; ଧବଳେଶ୍ୱରଙ୍କ ପୀଠରେ ଲାଗୁ ହେବ ୧୪୪ ଧାରା

dhabaleswar temple

Advertisment

ଆଠଗଡ଼(ନୀଳକଣ୍ଠ ଦୋରା): ଆସନ୍ତାକାଲିଠାରୁ ଖୋଲିବ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱର ମନ୍ଦିର। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି।

Advertisment

ଅଗଷ୍ଟ ମାସର ଗାଇଡଲାଇନ୍‌ରେ ରାଜ୍ୟ ସରକାର କୋଭିଡ୍‌ କଟକଣା କୋହଳ କରିଥିଲେ। ଧର୍ମାନୁଷ୍ଠାନ ଖୋଲିବେ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛାଡ଼ିଥିଲେ ଏସ୍‌ଆର୍‌ସି। ଏହା ମନ୍ଦିର ଖୋଲିବା ଦାବି ଜୋର ଧରିଥିଲା। ପ୍ରଶାସନିକ ଅଧିକାରୀ ଓ ଧର୍ମାନୁଷ୍ଠାନ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ପରେ ବାବା ଧବଳେଶ୍ୱର ଓ କଟକ ଟାଉନ୍‌ ଅଞ୍ଚଳ ବ୍ୟତୀତ ସମଗ୍ର ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲ୍ଲାପାଳ ଘୋଷଣା କରିଥିଲେ।

ଆଜି ମନ୍ଦିର ଖୋଲିବା ନେଇ ଆଠଗଡ଼ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକରେ ମନ୍ଦିର ଖୋଲିବା ଉପରେ ଆଲୋଚନା ହୋଇଥିଲା। ପରେ ବାବା ଧବଳେଶ୍ୱରଙ୍କ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ମନ୍ଦିର ଖୋଲିବ। ମନ୍ଦିର ସକାଳ ୬ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଖୋଲିବ। ମନ୍ଦିର ଭିତରେ ଭୋଗ କରିବାକୁ ଅନୁମତି ଦିଆଯିବ ନାହିଁ। ମାସ୍କ ବାଧ୍ୟତାମୂଳକ କରାଯାଇଛି। ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍‌ ପିଲା ଓ  ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ମନ୍ଦିର ଭିତରେ ପ୍ରବେଶ ଉପରେ ବାରଣ କରାଯାଇଛି।

Advertisment

ଉପଜିଲ୍ଲାପାଳଙ୍କ କହିବା ଅନୁସାରେ ମନ୍ଦିର ଭିତରକୁ ଏକାଥରରେ ୫୦ରୁ ଅଧିକ ଲୋକ ପ୍ରବେଶ କରିପାରିବେ ନାହିଁ। ମନ୍ଦିର ପରିସରରେ ଗେଦେରିଂ ହେବାକୁ ଦିଆଯିବ ନାହିଁ। ଝୁଲା ବ୍ରିଜ୍‌ ନିକଟରେ ବେଶୀ ଲୋକଙ୍କୁ ଆସିବାକୁ ଦିଆଯିବ ନାହିଁ। ସେଠାରେ ପୁଲିସ ମୁତୟନ କରାଯିବ ବୋଲି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି କହିଛନ୍ତି।

COVID Guideline Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe