Advertisment

କେନ୍ଦ୍ରାପଡାରେ ଉତ୍ତେଜନା: ବାବା ସାରଥୀଙ୍କ ବାରିମୂଳ ଆଶ୍ରମରେ ୯ ପ୍ଲାଟୁନ ଫୋର୍ସ ମୁତୟନ

କେନ୍ଦ୍ରାପଡା: ଫଟୋ ବିବାଦ ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି । ବାବା ସାରଥୀଙ୍କ ବାରିମୂଳସ୍ଥିତ ଆଶ୍ରମରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାରିମୂଳରେ ବର୍ତ୍ତମାନ ୯ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଇନ୍ଦୁପୁର-କେନ୍ଦ୍ରାପଡ଼ା ରାସ୍ତାରେ ଲୋକେ ଏକାଠି ହୋଇ ନାରାବାଜି କରୁଥିବା ଦେଖାଯାଇଛି। ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମରେ ବାବାଙ୍କ ବିବାଦୀୟ ଫଟୋ ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରି କି ବିଭିନ୍ନ ସ୍ଥାନରେ ସାରଥୀ ବାବାଙ୍କ କୁଶ […]

author-image
Rakesh Mallick
ଅଦ୍ୟତନ ହୋଇଛି
କେନ୍ଦ୍ରାପଡାରେ ଉତ୍ତେଜନା: ବାବା ସାରଥୀଙ୍କ ବାରିମୂଳ ଆଶ୍ରମରେ ୯ ପ୍ଲାଟୁନ ଫୋର୍ସ ମୁତୟନ

sarathi

policeକେନ୍ଦ୍ରାପଡା: ଫଟୋ ବିବାଦ ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି । ବାବା ସାରଥୀଙ୍କ ବାରିମୂଳସ୍ଥିତ ଆଶ୍ରମରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାରିମୂଳରେ ବର୍ତ୍ତମାନ ୯ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଇନ୍ଦୁପୁର-କେନ୍ଦ୍ରାପଡ଼ା ରାସ୍ତାରେ ଲୋକେ ଏକାଠି ହୋଇ ନାରାବାଜି କରୁଥିବା ଦେଖାଯାଇଛି। ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମରେ ବାବାଙ୍କ ବିବାଦୀୟ ଫଟୋ ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରି କି ବିଭିନ୍ନ ସ୍ଥାନରେ ସାରଥୀ ବାବାଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଗତକାଲି ସଂଧ୍ୟାରେ ବାରିମୂଳସ୍ଥିତ ସାରଥୀ ଆଶ୍ରମ ନିକଟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶତାଧିକ ବିକ୍ଷୋଭକାରୀ ଜୋରଜବରଦସ୍ତ ଆଶ୍ରମରେ ପଶିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ଘଉଡ଼ାଇବା ଲାଗି ପୋଲିସ୍ ଲାଠିଚାଳନା କରିଥିଲା। ଏଥିରେ ୪ ରୁ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆଶ୍ରମ ନିକଟରେ ଏବେ ଏସଡିପିଓଙ୍କ ସମେତ ୨ ପ୍ଲାଟୁନ ପୋଲିସ୍ ମୁତୟନ ହୋଇଛନ୍ତି। ସେପଟେ ସାରଥୀ ବାବାଙ୍କ ମାମଲାରେ ପ୍ରଶାସନିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Advertisment