ଫୋନ୍ କରି ବାବୁଶାନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ତୃପ୍ତି

babu--

babu--

Niranjan Mishra
  • Published: Saturday, 30 July 2022
  • Updated: 30 July 2022, 05:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଅଭିନେତା ବାବୁଶାନଙ୍କ ପାରିବାରିକ ବିବାଦର ସମାଧାନ ଦିଗକୁ ବଢ଼ୁଥିବା ଦେଖିବାକୁ ମିଳୁଛି। ପରସ୍ପର ସହିତ କଥା ହୋଇଛନ୍ତି ପତି-ପତ୍ନୀ। ଆଜି ବାବୁଶାନଙ୍କ ଜନ୍ମଦିନ ଥିବାରୁ ତାଙ୍କୁ ଫୋନ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପତ୍ନୀ ତୃପ୍ତି।

ଏହା ସହିତ ଉଭୟଙ୍କ ମଧ୍ୟରେ ଅନ୍ୟାନ ବିଷୟରେ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ସେପଟେ ବାବୁଶାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର କହିଛନ୍ତି, କେସ୍ ପ୍ରତ୍ୟାହାର କରିବେ ତୃପ୍ତି। ସେ ବାବୁଶାନଙ୍କ ନାଁରେ କରାଯାଇଥିବା ମାମଲା ପ୍ରତ୍ୟାହାର କରିବେ। ଏହା ପରେ ଯାହା ଜଣାପଡୁଛି ଉଭୟ ପକ୍ଷ ମଧ୍ୟରେ ଆପୋଷ ମିଳାମିଶା ଜରିଆରେ ସମାଧାନ ହେବ।

ଏପଟେ ଆଜି ପୁଲିସର ନୋଟିସ ମୁତାବକ ଭୁବନେଶ୍ୱର ଖାରବେଳ ନଗର ଥାନାରେ ହାଜର ହୋଇଥିଲେ ବାବୁଶାନ। ତାଙ୍କ ନାଁରେ ହୋଇଥିବା କେସ୍ ନେଇ ତାଙ୍କୁ ପଚରା ଉଚରା କରାଯାଇଛି। ସେ ତଦନ୍ତରେ ସହଯୋଗ କରିଥିବା କହିଛନ୍ତି ଖାରବେଳ ନଗର ଥାନା ଆଇଆଇସି।

ସୂଚନା ଥାଇକି, ବାବୁଶାନ-ତୃପ୍ତିଙ୍କ ଭିତରେ ଅଭିନେତ୍ରୀ ପ୍ରକୃତି ଆସିବା ପରେ ଏହି ପ୍ରତିଷ୍ଠିତ କଳାକାର ପରିବାରର ଗୁମର କଥା ଦାଣ୍ଡକୁ ଆସିଥିଲା। ଏହାକୁ ନେଇ ଓଡ଼ିଆ ସିନେମା ଜଗତରେ ବେଶ କିଛିଦିନ ଧରି ଅଲୋଚନା ସମାଲୋଚନା ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos