କଟକ: କଟକ ଜିଲ୍ଲା ଖୁଣ୍ଟୁଣୀ ରେଞ୍ଜରେ ଚିକିତ୍ସିତ ହେଉଥିବା ହାତୀ ଛୁଆର ମୃତ୍ୟୁ ହୋଇଛି। ଛୁଆ ହାତୀଟି ଦୀର୍ଘଦିନ ଧରି ଅସୁସ୍ଥ ଥିଲା। ଗତ ୧୬ ତାରିଖରେ ଖମାରନୂଆ ଗାଁର ବାସିନ୍ଦା ଏହି ହାତୀ ଛୁଆକୁ ଏକ କେନାଲ ମଧ୍ୟରୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ହାତୀ ଛୁଆର ବୟସ ୭ମାସ ହୋଇଥିବା ବେଳେ ସେ ଜ୍ୱର ଓ ଝାଡ଼ା ରୋଗରେ ପୀଡ଼ିତ ଥିଲା। ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ତା’ର ଚିକିତ୍ସା କରୁଥିଲେ । ତେବେ ସ୍ୱସ୍ଥ୍ୟରେ ଅବନତି ଘଟିବା ସହ ଗତକାଲି ରାତିରେ ଖୁଣ୍ଟୁଣୀ ରେଞ୍ଜ କାର୍ଯ୍ୟାଳୟରେ ତା’ର ମୃତ୍ୟୁ ଘଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Weather
କାଲିଠୁ କମିବ ବର୍ଷା, ଘନ କୁହୁଡ଼ି ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଅଧିକ ବର୍ଷା ହୋଇଛି ନୟାଗଡ଼ ଜିଲ୍ଲା ରଣପୁରରେ।
Human Intrest
ଭଲ କଥା ବୁଝାଉଛି ‘ପ୍ଲାଷ୍ଟିକ ବାୟା’
ବାପି କେବଳ ପ୍ଲାଷ୍ଟିକ ଅଳିଆ ସଫା କରନ୍ତି ତାହା ନୁହେଁ, ପର୍ଯ୍ୟଟକଙ୍କୁ ପ୍ଲାଷ୍ଟିକ ଅଳିଆର ଅପକାରିତା ସମ୍ପର୍କରେ ବୁଝାନ୍ତି। ମେଳା ମହୋତ୍ସବରେ ପ୍ଲାଷ୍ଟିକଭୂତ ଭାବରେ ନିଜେ ସଜେଇ ହୋଇ ପରିବେଶ ସଚେତନତାର ବାର୍ତ୍ତା ଦିଅନ୍ତି।
Weather
ଦୁର୍ବଳ ହେଉଛି ଅବପାତ; ଖୋର୍ଦ୍ଧାରେ ସର୍ବାଧିକ ବର୍ଷା ରେକର୍ଡ
ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବା ପାଇଁ କୁହାଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି କୂଳକୁ ଫେରି ଆସିବାକୁ ନିବେଦନ କରାଯାଇଛି।
Science & Environment
ଆଜି ବର୍ଷର ସବୁଠାରୁ ଛୋଟ ଦିନ
ଭୁବନେଶ୍ୱରରେ ଦିନର ଲମ୍ବ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ରହିବ