Advertisment

ବଦଳିବ ଓଏମସିର ଲଙ୍ଗ ଟର୍ମ ଲିଙ୍କେଜ୍ ନୀତି: ଶିଳ୍ପସଂସ୍ଥାଙ୍କୁ ଯୋଗାଇବ ୭୦% ଆଇରନ ଓର

ଭୁବନେଶ୍ୱର: ଓଡ଼ିଶା ମାଇନିଂ କର୍ପୋରେସନ ବା ଓଏମସିର ଲଙ୍ଗ୍ ଟର୍ମ ଲିଙ୍କେଜ୍ ପଲିସିରେ ପରିବର୍ତ୍ତନ ହେବ। ଏ ନେଇ ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏଣିକି ଓଡ଼ିଶା ମାଇନିଂ କର୍ପୋରେସନ୍ ବାର୍ଷିକ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆଇରନ ଓରକୁ ଲଙ୍ଗ ଟର୍ମ ଲିଙ୍କେଜ୍ ମାଧ୍ୟମରେ ବିଭିନ୍ନ ପ୍ଲାଣ୍ଟକୁ ଯୋଗାଇ ଦେବ। ଏମଓୟୁ ସ୍ୱାକ୍ଷର କରି ନ ଥିବା କଂପାନୀଗୁଡ଼ିକ ମଧ୍ୟ ଏହି ସୁବିଧା ପାଇବେ। କ୍ୟାବିନେଟର ଏହି ନିଷ୍ପତ୍ତି କେବଳ ଆଇରନ୍ ଓର […]

ଅଦ୍ୟତନ ହୋଇଛି
ବଦଳିବ ଓଏମସିର ଲଙ୍ଗ ଟର୍ମ ଲିଙ୍କେଜ୍ ନୀତି: ଶିଳ୍ପସଂସ୍ଥାଙ୍କୁ ଯୋଗାଇବ ୭୦% ଆଇରନ ଓର

ironore

Advertisment

ଭୁବନେଶ୍ୱର: ଓଡ଼ିଶା ମାଇନିଂ କର୍ପୋରେସନ ବା ଓଏମସିର ଲଙ୍ଗ୍ ଟର୍ମ ଲିଙ୍କେଜ୍ ପଲିସିରେ ପରିବର୍ତ୍ତନ ହେବ। ଏ ନେଇ ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏଣିକି ଓଡ଼ିଶା ମାଇନିଂ କର୍ପୋରେସନ୍ ବାର୍ଷିକ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆଇରନ ଓରକୁ ଲଙ୍ଗ ଟର୍ମ ଲିଙ୍କେଜ୍ ମାଧ୍ୟମରେ ବିଭିନ୍ନ ପ୍ଲାଣ୍ଟକୁ ଯୋଗାଇ ଦେବ। ଏମଓୟୁ ସ୍ୱାକ୍ଷର କରି ନ ଥିବା କଂପାନୀଗୁଡ଼ିକ ମଧ୍ୟ ଏହି ସୁବିଧା ପାଇବେ। କ୍ୟାବିନେଟର ଏହି ନିଷ୍ପତ୍ତି କେବଳ ଆଇରନ୍ ଓର ପାଇଁ ଉଦ୍ଧିଷ୍ଟ।

Advertisment

୧୭ ସେପ୍ଟେମ୍ବର ୨୦୧୪ରେ ଓଡ଼ିଶା ସରକାରଙ୍କର ନୋଟିଫିକେସନ୍ ଅନୁଯାୟୀ, ରାଜ୍ୟ ସରକାରଙ୍କ ସହ ବୁଝାମଣା କରିଥିବା ଷ୍ଟିଲ ପ୍ଲାଣ୍ଟଗୁଡ଼ିକ ଓଏମସି ଲୁହାପଥର ଯୋଗାଇବ। ହେଲେ ଏହି ନୋଟିଫିକେସନରେ ସରକାର ଦୁଇଟି ପରିବର୍ତ୍ତନ କରିଛନ୍ତି। ଏ ନେଇ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଛି । ଫଲରେ ଏଣିକି ଓଏମସି ଏହାର ଉପôାଦନର ୭୦ ପ୍ରତିଶତ ଯାଏଁ କଞ୍ଚାମାଲ ବିଭିନ୍ନ ସଂସ୍ଥାକୁ ଯୋଗାଇ ଦେବ। ଉଭୟ ଉପôାଦନ ଓ ବିଭିନ୍ନ ଇଣ୍ଡଷ୍ଟ୍ରିର ଚାହିଦାକୁ ଦୃଷ୍ଟିରେ ରଖି ଓଏମସି ଏହି ନିଷ୍ପତ୍ତି ନେବ। ସେହିଭଳି କ୍ଷମତା କମ୍ ଥିବାରୁ ରାଜ୍ୟ ସରକାରଙ୍କ ସହିତ ବୁଝାମଣା କରି ନ ଥିବା ପିଏସୟୁ ଓ ଛୋଟ ଛୋଟ ସଂସ୍ଥା ମଧ୍ୟ ଏହା ଦ୍ୱାରା ଲାଭବାନ ହେବେ। ଅର୍ଥାତ ଏସବୁ ସଂସ୍ଥା ମଧ୍ୟ ଓଏମସି ଠାରୁ କଞ୍ଚାମାଲ ପାଇପାରିବେ। ଲଙ୍ଗ୍ ଟର୍ମ ଲିଙ୍କେଜରେ କଞ୍ଚାମାଲ ଯୋଗାଣ ପରେ ବଳକା ଓରକୁ ଇ-ଅକ୍ସନ ଜରିଆରେ ଯୋଗାଇ ଦିଆଯିବ ବୋଲି ଖଣି ସଚିବ ରାଜ କୁମାର ଶର୍ମା କହିଛନ୍ତି। କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe