Advertisment

ବଡ଼ସାହି ତହସିଲଦାର ନିଲମ୍ବିତ

ବାରିପଦା (ମାନିକ ଲାଲ ପାଣି): ନିଲମ୍ବିତ ହେଲେ ବଡ଼ସାହି ତହସିଲଦାର ମମତାଜ ମହାରଣା। କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କ ଉପରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଗତ ଏପ୍ରିଲ ମାସରେ ବଡ଼ସାହି ତହସିଲ ଅଧୀନରେ ଥିବା ବୁଢ଼ାବଳଙ୍ଗ ନଦୀର ଆରପଟା ଓ ଡିଙ୍ଗିରା ବାଲି ଘାଟରେ ବ୍ୟାପକ ବାଲି ଚୋରା କାରବାର ନେଇ ଏନଜିଟି ତଦନ୍ତ କରି ଏକ ରିପୋର୍ଟ ଦେଇଥିଲେ। ଏହି ବାଲି ଚୋରା କାରବାରରେ ବଡ଼ସାହି ତହସିଲଦାର ମମତାଜ ମହାରଣା […]

author-image
Jitendra Garnayak
ଅଦ୍ୟତନ ହୋଇଛି
ବଡ଼ସାହି ତହସିଲଦାର ନିଲମ୍ବିତ

Tahasildar

ବାରିପଦା (ମାନିକ ଲାଲ ପାଣି): ନିଲମ୍ବିତ ହେଲେ ବଡ଼ସାହି ତହସିଲଦାର ମମତାଜ ମହାରଣା। କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କ ଉପରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।

Advertisment

ଗତ ଏପ୍ରିଲ ମାସରେ ବଡ଼ସାହି ତହସିଲ ଅଧୀନରେ ଥିବା ବୁଢ଼ାବଳଙ୍ଗ ନଦୀର ଆରପଟା ଓ ଡିଙ୍ଗିରା ବାଲି ଘାଟରେ ବ୍ୟାପକ ବାଲି ଚୋରା କାରବାର ନେଇ ଏନଜିଟି ତଦନ୍ତ କରି ଏକ ରିପୋର୍ଟ ଦେଇଥିଲେ। ଏହି ବାଲି ଚୋରା କାରବାରରେ ବଡ଼ସାହି ତହସିଲଦାର ମମତାଜ ମହାରଣା ସମ୍ପୃକ୍ତ ଥିବା ନେଇ ରିପୋର୍ଟରେ ଉଲ୍ଲେଖ କରିଥିଲେ ଏନଜିଟି।

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାର ମମତାଜ ମହାରଣାଙ୍କ ନାମରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିଲା। ତହସିଲଦାର ମମତାଜ ମହାରଣା ଆଜି ଯାଏ କାର୍ଯ୍ୟାଳୟକୁ ଆସୁ ନଥିବା ବେଳେ ନିଖୋଜ ରହିଛନ୍ତି। ନିଲମ୍ବନ ନୋଟିସରେ ତାଙ୍କୁ ଜିଲ୍ଲା ମୁଖ୍ୟାଳୟରେ ଯୋଗ ଦେବା ପାଇଁ କୁହାଯାଇଛି। ଏହା ସହିତ ଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲା ବାହାରକୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
Corrupt Govt Officials