/odisha-reporter/media/media_files/2026/02/01/encounter-2026-02-01-15-00-59.jpg)
ଏନକାଉଣ୍ଟରେ ଆହତ ସିପୁନ
କେନ୍ଦୁଝର ଜିଲ୍ଲା ବଡ଼ବିଲ ସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ଡକାୟତି ଘଟଣାରେ ସଂପୃକ୍ତ ସିପୁନ କୁମାର (୪୫)କୁ ସ୍ଥାନୀୟ ପୁଲିସ୍ ଗିରଫ କରିଛି। ପୁଲିସ୍ ଗୁଳିରେ ସେ ଆହତ ହୋଇଥିବା ବେଳେ ତାକୁ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା’ଠାରୁ ପୁଲିସ ଏକ ଦେଶୀ ବନ୍ଧୁକ ଜବତ କରିଛି।
ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତି ଘଟଣାରେ ପୂର୍ବରୁ ବଡ଼ବିଲ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସିପୁନ କୁମାର ଫେରାର ହୋଇଯାଇଥିଲା। ତା’ ଘର ବିହାରର ପାଟଣା ଜିଲ୍ଲା ପିପରା ଗାଁରେ। ମୋଷ୍ଟ ୱାଣ୍ଟେଡ୍ ଅନ୍ତଃରାଜ୍ୟ ଅପରାଧୀ ସିପୁନ କୁମାର ନାଁରେ ଓଡ଼ିଶା, ବିହାର ଓ ଝାରଖଣ୍ଡରେ ହତ୍ୟା, ସଶସ୍ତ୍ର ଡକାୟତି, ଚୋରି ଓ ଧମକ ଦେଇ ଟଙ୍କା ଆଦାୟ କରିବା ଭଳି ଅନେକ ମାମଲା ରହିଛି। ସେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଥିବା ବେଳେ ପୁଲିସ ହାତରେ ପଡ଼ୁ ନଥିଲା।
ବ୍ୟାଙ୍କ ଅପ୍ ମହାରାଷ୍ଟ୍ର ଡକାୟତି ଘଟଣାରେ ତାକୁ ଧରିବା ପାଇଁ ବଡ଼ବିଲ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ସିପୁନ ନାୟକ ଓଡ଼ିଶା-ଝାରଖଣ୍ଡ ସୀମା ଟାଙ୍କୁରା ଗାଁ ନିକଟସ୍ଥ ଜଙ୍ଗଲରେ ଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇଥିଲା ବଡ଼ବିଲ ପୁଲିସ।
ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଆଜି ସକାଳେ ସେମାନଙ୍କର ଏକ ଟିମ୍ ସେଠାରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ସିପୁନ ନାୟକ ଖସି ଯିବାକୁ ଉଦ୍ୟମ କରି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ପୁଲିସ୍ ଟିମ୍ ଏହାର ଜବାବରେ ପାଲଟା ଗୁଳି ଚାଳନା କରିଥିଲା। ପୁଲିସ ଗୁଳିରେ ସିପୁନ ନାୟକ ଆହତ ହୋଇଥିଲା। ଏହା ପରେ ପୁଲିସ ତାକୁ କାବୁ କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
