Advertisment

ସରିଲା ପହଣ୍ଡି; ବାହୁଡ଼ିବେ ମହାବାହୁ

ପୁରୀ(ଓଡ଼ିଶା ରିପୋର୍ଟର): ଜନ୍ମ ବେଦୀରୁ ରତ୍ନବେଦିକୁ ବାହୁଡ଼ିବାକୁ ଉଚ୍ଛନ ମହାବାହୁ। ୯ ଦିନ ହେଲାଣି ମାଉସୀ ଘର ଆଡ଼ପ ମଣ୍ଡପରେ ଚାଲିଥିବା ଲୀଳା ଖେଳ ଶେଷ ହୋଇଛି । କରୋନା କଟକଣା ଯୋଗୁ ଆଜି ବିନା ଭକ୍ତରେ  ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀକ୍ଷେତ୍ରକୁ ଯାତ୍ରା କରିବେ ମହାବାହୁ। ସକାଳୁ ସକାଳୁ ଶେଷ ହୋଇଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ନୀତି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥରେ ପହଣ୍ଡି ବିଜେ କଲେ ଶ୍ରୀସୁଦର୍ଶନ। ଶ୍ରୀସୁଦର୍ଶନଙ୍କ ପରେ ପହଣ୍ଡି କରି […]

ସରିଲା ପହଣ୍ଡି; ବାହୁଡ଼ିବେ ମହାବାହୁ

jaga-2

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଜନ୍ମ ବେଦୀରୁ ରତ୍ନବେଦିକୁ ବାହୁଡ଼ିବାକୁ ଉଚ୍ଛନ ମହାବାହୁ। ୯ ଦିନ ହେଲାଣି ମାଉସୀ ଘର ଆଡ଼ପ ମଣ୍ଡପରେ ଚାଲିଥିବା ଲୀଳା ଖେଳ ଶେଷ ହୋଇଛି । କରୋନା କଟକଣା ଯୋଗୁ ଆଜି ବିନା ଭକ୍ତରେ  ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀକ୍ଷେତ୍ରକୁ ଯାତ୍ରା କରିବେ ମହାବାହୁ। ସକାଳୁ ସକାଳୁ ଶେଷ ହୋଇଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ନୀତି।

Advertisment

ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥରେ ପହଣ୍ଡି ବିଜେ କଲେ ଶ୍ରୀସୁଦର୍ଶନ। ଶ୍ରୀସୁଦର୍ଶନଙ୍କ ପରେ ପହଣ୍ଡି କରି ରଥକୁ ଆସିଲେ ଶ୍ରୀବଳଭଦ୍ର  ଓ ଦେବୀ ସୁଭଦ୍ରା।  ଶେଷରେ ରଥକୁ ଆସିଲେ ଜଗତର ନାଥ ଜଗନ୍ନାଥ । ଶରଧା ବାଲିରେ ଅପେକ୍ଷାରତ  ତାଳଧ୍ୱଜ, ନନ୍ଦିଘୋଷ ଓ ଦେବୀ ଦଳନ ରଥରେ ବିରାଜମାନ ହେଲେ ୩ ଠାକୁର।

publive-image

ସକାଳ ଭୋଗରେ ଖେଚୁଡ଼ି ଖାଇ ରଥ ଚଢ଼ିଲେ ମହାପ୍ରଭୁ।  ରଥରେ ଠାକୁରଙ୍କ ବେଶ କରାଯିବା ପରେ ଛେରା ପହଁରା କରିବେ ଗଜପତି ମହାରାଜା।  ଦିନ ୧୨ଟାରେ ଆରମ୍ଭ ହେବ ରଥ ଟଣା।

Advertisment

publive-image

ରଥ ଯାତ୍ରା ପରି ବାହୁଡ଼ା ଯାତ୍ରା ବି ବିନା ଭକ୍ତରେ ଅନୁଷ୍ଠିତ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସହର ସମେତ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି। ସମସ୍ତ ପ୍ରବେଶ ପଥକୁ ସିଲ୍‌ କରି ଦିଆଯାଇଛି। ବଡ଼ ଦାଣ୍ଡକୁ ସଂଯୋଗ କରୁଥିବା ସାହିଗୁଡ଼ିକର ପ୍ରବେଶ ପଥରେ ବ୍ୟାରିକେଡ଼ କରାଯାଇଛି।  ସେବାୟତ ଓ ପୁଲିସ୍‌ କର୍ମଚାରୀ ରଥ ଟାଣିବେ । ତେବେ ଯେଉଁମାନଙ୍କ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ସେଇମାନେ ହିଁ ରଥ ଟାଣିବେ ।

Puri Rath Yatra 2020 Ratha Jatra 2020 Ratha Yatra 2020
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe