Advertisment

୨ଟି ହେଲିକପ୍ଟର ବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବୈଜୟନ୍ତଙ୍କ ଅପିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦରରେ ହ୍ୟାଙ୍ଗରରେ ସିଲ୍ ହୋଇଥିବା ୩ଟି ହେଲିକପ୍ଟରରୁ ୨ଟିକୁ ବାହାର କରିବାକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ୍‌ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଯେଉଁ ହେଲିକପ୍ଟର ବିରୋଧରେ ଅଭିଯୋଗ ନାହିଁ, ସେଗୁଡିକୁ ମାଗଣାରେ ବନ୍ୟା ବିପନ୍ନଙ୍କ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଲଗାଇବାକୁ ଟ୍ୱିଟ୍ କରି ଅପିଲ୍‌ କରିଛନ୍ତି ବୈଜୟନ୍ତ। Again appealing to @Naveen_Odisha for police to unseal the Bhubaneswar hangar whr 3 […]

author-image
Jitendra Garnayak
ଅଦ୍ୟତନ ହୋଇଛି
୨ଟି ହେଲିକପ୍ଟର ବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବୈଜୟନ୍ତଙ୍କ ଅପିଲ୍‌

baijayant

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦରରେ ହ୍ୟାଙ୍ଗରରେ ସିଲ୍ ହୋଇଥିବା ୩ଟି ହେଲିକପ୍ଟରରୁ ୨ଟିକୁ ବାହାର କରିବାକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ୍‌ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।

Advertisment

ଯେଉଁ ହେଲିକପ୍ଟର ବିରୋଧରେ ଅଭିଯୋଗ ନାହିଁ, ସେଗୁଡିକୁ ମାଗଣାରେ ବନ୍ୟା ବିପନ୍ନଙ୍କ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଲଗାଇବାକୁ ଟ୍ୱିଟ୍ କରି ଅପିଲ୍‌ କରିଛନ୍ତି ବୈଜୟନ୍ତ।

Advertisment

ହେଲିକପ୍ଟର ସିଲ୍ କରାଯିବା ଘଟଣାରେ ବୈଜୟନ୍ତ ଗତକାଲି ଟ୍ୱିଟ୍ କରି ଲେଖିଥିଲେ ଯେ, ରାଜ୍ୟ ସରକାର ଓ ପୁଲିସ୍‌ର ତଦନ୍ତ କରିବାର ଅଧିକାର ନାହିଁ। ହ୍ୟାଙ୍ଗର ସିଲ୍ କରିବାର ମଧ୍ୟ କୌଣସି ଅଧିକାର ରାଜ୍ୟ ସରକାର ଓ ପୁଲିସ୍‌ର ନାହିଁ ବୋଲି ସେ ଲେଖିଥିଲେ।

ସୂଚନାଯୋଗ୍ୟ, ଚିଲିକା ଉପରେ ହେଲିକପ୍ଟର ଉଡ଼ିବା ଅଭିଯୋଗରେ ଇମ୍ଫାର ତିନିଟି ହେଲିକପ୍ଟରକୁ ପୁଲିସ୍ ସିଲ୍ କରି ଦେଇଛି।