ରାଷ୍ଟ୍ରପତିଙ୍କୁ ଭେଟି ‘ଲଟିଏନ୍ସ ମ୍ୟାଭରିକ୍’ ପ୍ରଦାନ କଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ରାଷ୍ଟ୍ରପତିଙ୍କୁ ନିଜ ପୁସ୍ତକ ‘ଲଟିଏନ୍ସ ମ୍ୟାଭରିକ୍’ ମଧ୍ୟ ପ୍ରଦାନ କରିଛନ୍ତି। ଏହି ବିଷୟରେ ସେ ଟ୍ୱିଟ୍‌ କରି ଜଣାଇଛନ୍ତି। It was a pleasure to meet Rashtrapati Ji today for an informal conversation and to present him a […]

jay-panda

jay-panda

Subrat Kumar Nayak
  • Published: Wednesday, 26 June 2019
  • Updated: 26 June 2019, 04:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ରାଷ୍ଟ୍ରପତିଙ୍କୁ ନିଜ ପୁସ୍ତକ ‘ଲଟିଏନ୍ସ ମ୍ୟାଭରିକ୍’ ମଧ୍ୟ ପ୍ରଦାନ କରିଛନ୍ତି। ଏହି ବିଷୟରେ ସେ ଟ୍ୱିଟ୍‌ କରି ଜଣାଇଛନ୍ତି।
https://twitter.com/PandaJay/status/1143786883207421952?s=20
ଏହି ଟ୍ୱିଟ୍‌ରେ ବୈଜୟନ୍ତ କହିଛନ୍ତି, “ମୁଁ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ମୋ ବହି ‘ଲଟିଏନ୍ସ ମ୍ୟାଭରିକ୍’ ପ୍ରଦାନ କରି ଆନନ୍ଦିତ। ୨୦୦୬ରୁ ୨୦୦୬ ମସିହା ଯାଏ ତାଙ୍କ ସହିତ ରାଜ୍ୟସଭା ସଦସ୍ୟଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲି। ତାଙ୍କ ସଚ୍ଚୋଟତା, ବୁଦ୍ଧିମତ୍ତା ଏବଂ ଆପଣାପଣକୁ ପାଖରୁ ଦେଖିଛି।”

ସୂଚନାଯୋଗ୍ୟ, ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୦୦-୨୦୦୬ ମସିହା ମଧ୍ୟରେ ରାଜ୍ୟସଭା ସଦସ୍ୟ ଥିଲେ। ସେହି ସମୟରେ ବୈଜୟନ୍ତ ମଧ୍ୟ ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଶ୍ରୀ ପଣ୍ଡା ପରବର୍ତ୍ତୀ ସମୟରେ ଲୋକସଭାରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ।

ସେ ନିଜ ଟ୍ୱିଟ୍‌ରେ ଦୁଇଟି ଫଟୋ ମଧ୍ୟ ଅପ୍‌ଲୋଡ୍‌ କରିଛନ୍ତି। ଯେଉଁଥିରୁ ଗୋଟିଏ ରାଷ୍ଟ୍ରପତିଙ୍କୁ ସେ ପୁସ୍ତକ ପ୍ରଦାନ କରୁଥିବା ସମୟର ଫଟୋ ରହିଛି ଏବଂ ଅନ୍ୟଟିରେ ସେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଉପହାର ବାର୍ତ୍ତାର ଫଟୋ ରହିଛି। ସେ ଏଥିରେ ଲେଖିଛନ୍ତି, ଏ ବହିଟି ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ପାଇଁ। ଶେଷରେ ଲେଖିଛନ୍ତି, ସମ୍ମାନର ସହ ଆପଣଙ୍କର ଜଣେ ପ୍ରଶଂସକ, ଜୟ ପଣ୍ଡା। ଏଥିରେ ଥିବା ତାରିଖରୁ ସ୍ପଷ୍ଟ ସେ ଆଜି ହିଁ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos