Advertisment

ଭବ୍ୟ ରାମ ମନ୍ଦିର ପାଇଁ ଚେକ୍‌ ଦେଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିଥିଲେ। ଏହାପର ଠାରୁ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଜୋରଦାର ଢଙ୍ଗରେ କରାଯାଉଛି। ଏକାଧିକ ବଦାନ୍ୟ ବ୍ୟକ୍ତି ଓ ସଂଗଠନ ଗୁଡ଼ିକ ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଅର୍ଥ ଦାନ କରୁଛନ୍ତି। ଏହିକ୍ରମରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ରାମ ମନ୍ଦିର ପାଇଁ ଆର୍ଥିକ ସହାୟତା କରିଛନ୍ତି। ସେ ମନ୍ଦିର ନିର୍ମାଣ […]

ଅଦ୍ୟତନ ହୋଇଛି
ଭବ୍ୟ ରାମ ମନ୍ଦିର ପାଇଁ ଚେକ୍‌ ଦେଲେ ବୈଜୟନ୍ତ ପଣ୍ଡା

ua

Advertisment

ଭୁବନେଶ୍ୱର: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିଥିଲେ। ଏହାପର ଠାରୁ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଜୋରଦାର ଢଙ୍ଗରେ କରାଯାଉଛି। ଏକାଧିକ ବଦାନ୍ୟ ବ୍ୟକ୍ତି ଓ ସଂଗଠନ ଗୁଡ଼ିକ ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଅର୍ଥ ଦାନ କରୁଛନ୍ତି।

Advertisment

ଏହିକ୍ରମରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ରାମ ମନ୍ଦିର ପାଇଁ ଆର୍ଥିକ ସହାୟତା କରିଛନ୍ତି। ସେ ମନ୍ଦିର ନିର୍ମାଣ ପାଇଁ ଚେକ୍‌ ଦେଉଥିବା ବେଳର ଫଟୋକୁ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଶ୍ରୀ ରାମ ଲାଲ ବିରାଜମାନଙ୍କ ଭବ୍ୟ ରାମ ମନ୍ଦିର ପାଇଁ ମୁଁ ଛୋଟିଆ ସହଯୋଗ କରିଛି। ମୁଁ ସମସ୍ତଙ୍କୁ ଆହ୍ୱାନ ଦେବି ଯେ ସେମାନେ ଆଗକୁ ଆସି ଏହି ଐତିହାସିକ କାର୍ଯ୍ୟ ପାଇଁ ଦାନ କରନ୍ତୁ।” ଏଥିସହ ସେ ସଂସ୍କୃତର ଗୋଟିଏ ଶ୍ଳୋକ ମଧ୍ୟ ଟ୍ୱିଟ କରିଛନ୍ତି।

Advertisment


ବୈଜୟନ୍ତଙ୍କ ପୂର୍ବରୁ ଶିହା ଓ୍ୱାକଫ ବୋର୍ଡର ଅଧ୍ୟକ୍ଷ ଓ୍ୱାସିମ୍ ରିଜଭୀ। ରାମ ମନ୍ଦିର ନିର୍ମାଣ ପାଇଁ ସେ ୫୧ ହଜାର ଟଙ୍କା ଦାନ କରିଥିଲେ। କେବଳ ସେ ନୁହନ୍ତି, ଅନେକ ଲୋକ ରାମ ମନ୍ଦିର ପାଇଁ ଆର୍ଥିକ ସହାୟତା କରିବା ଆରମ୍ଭ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe