ଗଣଦୁଷ୍କର୍ମ ପରେ ମୃତ୍ୟବରଣ କରିଥିବା ପୀଡ଼ିତାଙ୍କ ପରିବାରକୁ ଭେଟିଲେ ବୈଜୟନ୍ତ

ଜୟପୁର (ଟି. ଗୌରୀଶଙ୍କର): ଗଣଦୁଷ୍କର୍ମ ପରେ ମୃତ୍ୟୁବରଣ କରିଥିବା କୋରାପୁଟ ଜିଲ୍ଲାର ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେ ଆଜି କୋରାପୁଟ ଯାଇ ମୃତ  ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ତାଙ୍କ ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାରକୁ ସାହାଯ୍ୟ ଲାଗି ଆଗେଇ ଆସିବାକୁ ଏହି ଅବସରରେ ବୈଜୟନ୍ତ ଆହ୍ଵାନ ଜଣାଇଛନ୍ତି। ସେ କହିଛନ୍ତି, “ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା। ଓଡ଼ିଶାରେ ଏ ପ୍ରକାର ହିଂସାକାଣ୍ଡ ବଢ଼ି ଚାଲିଛି। କୁନ୍ଦୁଲିରେ ମଧ୍ୟ ଏପରି […]

j-panda

Rakesh Mallick
  • Published: Saturday, 22 December 2018
  • , Updated: 22 December 2018, 10:40 PM IST

ଜୟପୁର (ଟି. ଗୌରୀଶଙ୍କର): ଗଣଦୁଷ୍କର୍ମ ପରେ ମୃତ୍ୟୁବରଣ କରିଥିବା କୋରାପୁଟ ଜିଲ୍ଲାର ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେ ଆଜି କୋରାପୁଟ ଯାଇ ମୃତ  ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ତାଙ୍କ ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାରକୁ ସାହାଯ୍ୟ ଲାଗି ଆଗେଇ ଆସିବାକୁ ଏହି ଅବସରରେ ବୈଜୟନ୍ତ ଆହ୍ଵାନ ଜଣାଇଛନ୍ତି।

ସେ କହିଛନ୍ତି, “ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା। ଓଡ଼ିଶାରେ ଏ ପ୍ରକାର ହିଂସାକାଣ୍ଡ ବଢ଼ି ଚାଲିଛି। କୁନ୍ଦୁଲିରେ ମଧ୍ୟ ଏପରି ଘଟଣା ଘଟିଯାଇଛି। ଓଡ଼ିଶା ଏମିତି ନଥିଲା, କେବଳ ମଦ ଯୋଗୁ ଏପରି ହେଉଛି। ରାଜ୍ୟର ବହୁ ସ୍ଥାନରେ ମଦ ପିଇ ଏପରି କାଣ୍ଡ ଘଟାଉଛନ୍ତି ଅଭିଯୁକ୍ତ। ଦେଶରେ ମହିଳାମାନଙ୍କ ପ୍ରତି ହିଂସା ବଢ଼ିଛି। ହେଲେ ଜାତୀୟ ତୁଳନାରେ ରାଜ୍ୟରେ ବହୁତ ଅଧିକ ବଢ଼ିଛି। ଦେଶରେ ଏପରି ଅପରାଧ ୧୯ ପ୍ରତିଶତ ବଢ଼ିଥିବା ବେଳେ ଓଡ଼ିଶାରେ ୫୦ ପ୍ରତିଶତ ବଢ଼ିଛି। ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଉଛି ମଦ ବେପାରକୁ ନିୟନ୍ତ୍ରଣ କରନ୍ତୁ।”

ସେପଟେ ଜୟପୁର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ମଧ୍ୟ ଆଜି  ପୀଡ଼ିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

https://youtu.be/jpXjUPcbFpY

Related story