Advertisment

ହରିଦାସପୁର-ପାରାଦ୍ୱୀପ ରେଳ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ସାଂସଦ ବୈଜୟନ୍ତ

ଭୁବନେଶ୍ୱର: ହରିଦାସପୁର-ପାରାଦ୍ୱୀପ ରେଳ ପ୍ରକଳ୍ପ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସୋମବାର ସେ ଏହି ପ୍ରକଳ୍ପର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି। ୮୨ କିଲୋମିଟର ଦୀର୍ଘ ଏହି ରେଳ ପ୍ରକଳ୍ପର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ ମହାନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ସେହିପରି ଲୁଣା ନଦୀ ଉପରେ ନିର୍ମାଣାଧୀନ ସେତୁ ଆସନ୍ତା ଜୁନ୍ ମାସ ସୁଦ୍ଧା ସରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। […]

ଅଦ୍ୟତନ ହୋଇଛି
କାନାଡ଼ାରେ ନିଖୋଜ ଓଡ଼ିଆ ଇଞ୍ଜିନିୟରଙ୍କ ଉଦ୍ଧାର ପାଇଁ ଚିଠି ଲେଖିଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା

baijayantapanda

Advertisment

ଭୁବନେଶ୍ୱର: ହରିଦାସପୁର-ପାରାଦ୍ୱୀପ ରେଳ ପ୍ରକଳ୍ପ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସୋମବାର ସେ ଏହି ପ୍ରକଳ୍ପର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି। ୮୨ କିଲୋମିଟର ଦୀର୍ଘ ଏହି ରେଳ ପ୍ରକଳ୍ପର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ ମହାନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ସେହିପରି ଲୁଣା ନଦୀ ଉପରେ ନିର୍ମାଣାଧୀନ ସେତୁ ଆସନ୍ତା ଜୁନ୍ ମାସ ସୁଦ୍ଧା ସରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏହି ପ୍ରକଳ୍ପ ପାଇଁ ୧୫୫୯ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା। ତେବେ ଜାନୁଆରୀ ୨୦୧୬ ସୁଦ୍ଧା ୫୭୮.୦୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Advertisment

ଏହି ପ୍ରକଳ୍ପ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଥମ ରେଳ ପ୍ରକଳ୍ପ। ଏହା ସଂପୂର୍ଣ୍ଣ ହେବା ପରେ କେନ୍ଦ୍ରାପଡ଼ାରେ ଶିଳ୍ପାୟନ ପାଇଁ ପଥ ପରିଷ୍କାର ହେବା ସଙ୍ଗେ ସଙ୍ଗେ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ବୈଠକ ପରେ ସାଂସଦ ପଣ୍ଡା ସୂଚନା ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe