Advertisment

ସାଉଦିରୁ ମରଶରୀର ଓ ଦୁବାଇରୁ ନିଖୋଜ ଓଡ଼ିଆ ଯୁବକଙ୍କୁ ଫେରାଇ ଆଣିବାକୁ ବୈଜୟନ୍ତଙ୍କ ହସ୍ତକ୍ଷେପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସାଉଦି ଆରବରେ ମୃତ ଓଡ଼ିଆ ଯୁବକ ଶୁଭକାନ୍ତ ପ୍ରଧାନଙ୍କ ମରଶରୀର ଓ ଦୁବାଇରେ ନିଖୋଜ ହୋଇଥିବା ଅଜିତ୍ ବିଶ୍ୱାସଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଉଭୟ ଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଲାଠିପଡ଼ା (ନୂଆସାହି) ଗ୍ରାମର ପ୍ରହଲ୍ଲାଦ ପ୍ରଧାନଙ୍କ ପୁଅ ଶୁଭକାନ୍ତ ପ୍ରଧାନ ସାଉଦି ଆରବର ଏକ ଘରୋଇ […]

ସାଉଦିରୁ ମରଶରୀର ଓ ଦୁବାଇରୁ ନିଖୋଜ ଓଡ଼ିଆ ଯୁବକଙ୍କୁ ଫେରାଇ ଆଣିବାକୁ ବୈଜୟନ୍ତଙ୍କ ହସ୍ତକ୍ଷେପ

baijayant-panda

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସାଉଦି ଆରବରେ ମୃତ ଓଡ଼ିଆ ଯୁବକ ଶୁଭକାନ୍ତ ପ୍ରଧାନଙ୍କ ମରଶରୀର ଓ ଦୁବାଇରେ ନିଖୋଜ ହୋଇଥିବା ଅଜିତ୍ ବିଶ୍ୱାସଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଉଭୟ ଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି।

Advertisment

ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଲାଠିପଡ଼ା (ନୂଆସାହି) ଗ୍ରାମର ପ୍ରହଲ୍ଲାଦ ପ୍ରଧାନଙ୍କ ପୁଅ ଶୁଭକାନ୍ତ ପ୍ରଧାନ ସାଉଦି ଆରବର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଚଳିତ ମାସ ୧୧ ତାରିଖରେ ଶୁଭକାନ୍ତ ଆତ୍ମହତ୍ୟା କରିଥିବା କମ୍ପାନୀ କର୍ତ୍ତୃପକ୍ଷ ପ୍ରହଲ୍ଲାଦଙ୍କୁ ପରଦିନ ଅର୍ଥାତ୍ ୧୨ ତାରିଖରେ ଜଣାଇଥିଲେ। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଖଡ଼ିପାଳ ଗ୍ରାମର ଦୀପ୍ତିରେଖା ବିଶ୍ୱାଳଙ୍କ ସ୍ୱାମୀ ଅଜିତ୍ ଦୁବାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ।

ଚଳିତ ମାସ ୧ ତାରିଖରେ ଅଜିତ୍ ବିଶ୍ୱାଳ ଓ ତାଙ୍କ ବନ୍ଧୁ ସୁଶାନ୍ତ ସାହୁ ଉଭୟ କରୋନାରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ଯାହା ପରେ ଉଭୟଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ଚିକିତ୍ସା ପରେ ଦୁହିଁଙ୍କ ଅନ୍ୟଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସୁଶାନ୍ତ ସୁସ୍ଥ ହେବା ପରେ ଅଜିତଙ୍କୁ ଖୋଜାଖୋଜି କରିଥିଲେ। କିନ୍ତୁ ଅଜିତଙ୍କର କୌଣସି ଖୋଜଖବର ମିଳିନଥିଲା। ଏ ନେଇ ଅଜିତଙ୍କର ପରିବାରକୁ ସୁଶାନ୍ତ ଜଣାଇଥିଲେ।

Advertisment

ଉଭୟଙ୍କ ପରିବାର ଲୋକେ ବହୁତ ଚେଷ୍ଟା କରି ବିଫଳ ହେବା ପରେ ଶେଷରେ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଉଭୟ ଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ସମ୍ବନ୍ଧରେ ଅବଗତ କରାଇବା ସହ ସେମାନଙ୍କର ସ୍ୱଦେଶ ଫେରିବା ନେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe