ମୋତେ ଟାଣି ଓଟାରି ଫସାଇବା ପାଇଁ ଷଡ଼ଯନ୍ତ୍ର ଚାଲିଛି: ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହେଲିକପ୍ଟରକୁ ନେଇ ଜାଲ ମାମଲା ଫସର ଫାଟିବା ପରେ ଏବେ ମୋ’ ବିରୋଧରେ ମିଛ ବୟାନ ପାଇଁ ବାଧ୍ୟ କରାଯିବାର ନୂଆ କୌଶଳ କରାଯାଉଛି ବୋଲି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି। ଅଭିଜିତ୍ ଆୟର ମିତ୍ର ମାମଲାରେ ରାଜ୍ୟ ସରକାରଙ୍କୁ ଟ୍ୱିଟ୍ ଜରିଆରେ କଡ଼ା ସମାଲୋଚନା କରି ଶ୍ରୀ ପଣ୍ଡା କହିଛନ୍ତି ଯେ ଅଭିଜିତ୍ ଆୟର ନିଜେ ଦେଇଥିବା ବୟାନକୁ ସ୍ୱୀକାର କରିବା ସହ କ୍ଷମା ପ୍ରାର୍ଥନା କରି ସାରିବା ପରେ ଆଉ […]

BaijayantaPanda

BaijayantaPanda

Sampad Mahapatra
  • Published: Wednesday, 07 November 2018
  • Updated: 07 November 2018, 07:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହେଲିକପ୍ଟରକୁ ନେଇ ଜାଲ ମାମଲା ଫସର ଫାଟିବା ପରେ ଏବେ ମୋ’ ବିରୋଧରେ ମିଛ ବୟାନ ପାଇଁ ବାଧ୍ୟ କରାଯିବାର ନୂଆ କୌଶଳ କରାଯାଉଛି ବୋଲି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି। ଅଭିଜିତ୍ ଆୟର ମିତ୍ର ମାମଲାରେ ରାଜ୍ୟ ସରକାରଙ୍କୁ ଟ୍ୱିଟ୍ ଜରିଆରେ କଡ଼ା ସମାଲୋଚନା କରି ଶ୍ରୀ ପଣ୍ଡା କହିଛନ୍ତି ଯେ ଅଭିଜିତ୍ ଆୟର ନିଜେ ଦେଇଥିବା ବୟାନକୁ ସ୍ୱୀକାର କରିବା ସହ କ୍ଷମା ପ୍ରାର୍ଥନା କରି ସାରିବା ପରେ ଆଉ କ’ଣ ତଦନ୍ତ କରାଯାଉଛି? ରାଜ୍ୟ ସରକାର ଓକିଲଙ୍କ ଆନ୍ଦୋଳନର ଦୁରୂପଯୋଗ କରୁଛନ୍ତି। ୩ମାସ ହେଲା କୋର୍ଟ ବନ୍ଦ ରହିଛି। ସମସ୍ତେ ଜାଣନ୍ତି ଯେ ତାଙ୍କ ବିରୋଧରେ ହେଲିକପ୍ଟରର ମିଛ ମାମଲା ଫସର ଫାଟିବା ପରେ ଏବେ ତାଙ୍କ ବିରୋଧରେ  ବୟାନ ପାଇଁ ବାଧ୍ୟ କରାଯିବାର ଏହା ଏକ ନୂଆ କୌଶଳ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ବୈଜୟନ୍ତ ଆଜି ସକାଳେ ଅନ୍ୟ ଏକ ଟ୍ୱିଟ ଉପରେ ପ୍ରତିକ୍ରିୟା ରଖି କହିଥିଲେ ଯେ, ବହୁ ଓଡ଼ିଆ ଅଭିଜିତଙ୍କ ଆକ୍ଷେପମୂଳକ ବୟାନକୁ ଅପରାଧ ଭାବେ ବିବେଚନା କରିଥିଲେ। ଅଭିଜିତ୍ ମଧ୍ୟ ବହୁବାର ସର୍ବସାଧାରଣରେ ଏନେଇ କ୍ଷମା ପ୍ରାର୍ଥନା କରିସାରିଛନ୍ତି। ବିଶେଷକରି ଓଡ଼ିଶା ବିଧାନସଭା ଗୃହ କମିଟି ଆଗରେ। ଜାମିନ ବିନା ସେ ୨୮ ଦିନ ଜେଲରେ ରହିବେ। ଏପଟେ ପୁଲିସ ଆହୁରି ତଦନ୍ତ କରୁଛି!ଯେତେବେଳେ କି ଏନସିଆରବି ରିପୋର୍ଟ ଅନୁସାରେ ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧର ତଦନ୍ତ ପାଇଁ ୫୦% ବି ସମ୍ବଳ ନାହିଁ।

ଦୋଷ ସ୍ୱୀକାର କରିବା ସତ୍ୱେ ତଦନ୍ତ ଆଳରେ ଅଭିଜିତଙ୍କୁ ଅଧିକ ଦିନ ଜେଲରେ ରଖି ତାଙ୍କୁ ଫସାଇବା ପାଇଁ କୌଣସି ନୂଆ ଷଡ଼ଯନ୍ତ୍ର କରାଯାଉଥିବା ଶ୍ରୀ ପଣ୍ଡା ଆଶଙ୍କା କରିଛନ୍ତି।

ଶ୍ରୀ ପଣ୍ଡାଙ୍କ ଏହି ଟ୍ୱିଟ୍ ଉପରେ ପ୍ରତିକ୍ରିୟା ଦେଇ ଆଉଟଲୁକ୍ ପତ୍ରିକାର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ ଟ୍ୱିଟ୍ ମାଧ୍ୟମରେ ଓଡ଼ିଶା ପୁଲିସକୁ ଆକ୍ଷେପ କରିଛନ୍ତି। ସାହସୀ ଓଡ଼ିଶା ପୁଲିସ କ’ଣ ତଦନ୍ତ କରୁଛି ତାହା ମୋତେ ଆଶ୍ଚର୍ଯ୍ୟ କରୁଛି। ଅଭିଜିତ୍ ଆୟର ଘଟଣାରେ କ’ଣ ଆତଙ୍କବାଦୀ ପୃଷ୍ଠଭୂମି ରହିଛି ? ଏହା ବାସ୍ତବରେ ହାସ୍ୟାସ୍ପଦ ।

TWEET
Baijayant Jay Panda
What to "investigate" after he acknowledged his comments AND profusely apologized??
>State misusing lawyers strike (Odisha courts closed for 3 months!) to fascist ends
>Open secret: after fake chopper case on me collapsed, this is new tactic to coerce a false statemnt against me!

More
Baijayant Jay Panda Retweeted Sunil Jain
Though many Odias took offence at his satirical videos, he's alrdy publicly apologised multiple times, incl b4 Odisha house committee!
28 days in jail without bail while police "investigates" further, when no resources to check 50% spike in crimes agnst wmn/children (per NCRB)?!!

RUBEN BANARJEE

And I wonder what the brave #odisha police are investigating? A terrorist plot behind the @Iyervval tweets? This is truly ridiculous and I believe even sane Odias will also find this sickening. @DGPOdisha @Naveen_Odisha @PandaJay

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos