Advertisment

କେନ୍ଦ୍ରାପଡ଼ାରେ ବନ୍ୟାଞ୍ଚଳ ବୁଲିଲେ ବୈଜୟନ୍ତ, ବିପନ୍ନଙ୍କ ଦୁଃଖ ବୁଝିଲେ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଗତ କିଛି ଦିନ ଧରି ଲାଗି ରହିଥିବା ବନ୍ୟା ଯୋଗୁ  କେନ୍ଦ୍ରାପଡ଼ା ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିଲା। ବନ୍ୟା ଯୋଗୁ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ମାର୍ଶାଘାଇ ଓ ଡେରାବିଶ ଅଞ୍ଚଳକୁ ଯାଇ ବିପନ୍ନମାନଙ୍କ ଦୁଃଖ ଦୁର୍ଦ୍ଦଶା ପଚାରି ବୁଝଛନ୍ତି ବୈଜୟନ୍ତ  । ଏଥିସହ ଲୁଣା-କରାଣ୍ଡିଆ ଅଞ୍ଚଳର ବିଭିନ୍ନ ଗାଁ ଯଥାକ୍ରମେ ଜଳପୋକ, […]

ଅଦ୍ୟତନ ହୋଇଛି
ଆସାମରେ ବିଜେପିର ବିଜୟ ପରେ ବୈଜୟନ୍ତଙ୍କୁ ଶୁଭେଚ୍ଛାର ସୁଅ

Baijayant Panda

Advertisment

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଗତ କିଛି ଦିନ ଧରି ଲାଗି ରହିଥିବା ବନ୍ୟା ଯୋଗୁ  କେନ୍ଦ୍ରାପଡ଼ା ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିଲା। ବନ୍ୟା ଯୋଗୁ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

Advertisment

ମାର୍ଶାଘାଇ ଓ ଡେରାବିଶ ଅଞ୍ଚଳକୁ ଯାଇ ବିପନ୍ନମାନଙ୍କ ଦୁଃଖ ଦୁର୍ଦ୍ଦଶା ପଚାରି ବୁଝଛନ୍ତି ବୈଜୟନ୍ତ  । ଏଥିସହ ଲୁଣା-କରାଣ୍ଡିଆ ଅଞ୍ଚଳର ବିଭିନ୍ନ ଗାଁ ଯଥାକ୍ରମେ ଜଳପୋକ, ଶିଶୁଆ, ସଠିଲୋ, ପୁରସ୍ତମପୁର, ଆୟତପୁର, ବଳିଶିଂଙ୍ଗ, ଡିହବଳରାମପୁର ତଳଗାଁ ଓ କରଣ୍ଡିଆ ପାଟଣାର ବନ୍ୟା ଦୁର୍ଦ୍ଦଶା ବି ପରଖିଛନ୍ତି  । ସରକାରଙ୍କ ତରଫରୁ ରିଲିଫ୍ ସାମଗ୍ରୀ ସଠିକ୍ ସମୟରେ ପହଞ୍ଚି ଛି କି ନାହିଁ ବିପନ୍ନଙ୍କୁ ପଚାରି ବୁଝିଥିଲେ । ବୈଜୟନ୍ତ ତାଙ୍କ ସହ ଦଳର ରାଜ୍ୟ ଓ ଜିଲ୍ଲାର ନେତାମାନେ ବି ସାମିଲ ହୋଇଥିଲେ ।

[caption id="attachment_761103" align="aligncenter" width="650"]visit କେନ୍ଦ୍ରାପଡ଼ାର ବନ୍ୟାଞ୍ଚଳ ବୁଲି ଦେଖୁଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।[/caption]

Advertisment

କେନ୍ଦ୍ରାପଡ଼ା ମାର୍ଶାଘାଇରେ କରାଣ୍ଡିଆ ନଦୀରେ ସୃଷ୍ଟି ହୋଇଥିଲା ଦୁଇଟି ଘାଇ। ଗୋଟିଏ ଡିହ ବଳରାମପୁର ଓ ଅନ୍ୟଟି ଆୟତ୍ତପୁରରେ। ଏ ଦୁଇଟି ଘାଇ ସୃଷ୍ଟି ହେବା ଫଳରେ ମାର୍ଶାଘାଇ ବ୍ଲକର ବହୁ ଅଞ୍ଚଳକୁ ମାଡ଼ି ଯାଇଥିଲା ବନ୍ୟାଜଳ। ପାଣିରେ ବୁଡ଼ି ରହିଥିଲା ହଜାର ହଜାର ହେକ୍ଟର ଚାଷଜମି। ସେପଟେ ଚିତ୍ରୋତ୍ପଳା ନଦୀର ପାଣି ପଶିଯିବାରୁ ଡେରାବିଶ ଓ ମହାକାଳପଡ଼ା ବ୍ଲକର ବହୁ ପଞ୍ଚାୟତବାସୀ ଜଳବନ୍ଦୀ ହୋଇଥିଲେ। ଏବେ ବନ୍ୟା ପାଣି ଛାଡ଼ି ଯାଇଥିଲେ ବି ଲୋକଙ୍କ ଦୁର୍ଦ୍ଦଶା କମିନି। ସରକାରଙ୍କ ସାହାଯ୍ୟ ସମୁଦ୍ରକୁ ଶଙ୍ଖେ । ଏପରି ସ୍ଥିତିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଜି ବିପନ୍ନଙ୍କ ଦୁଃଖ ବୁଝିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe