baijayant-pandas-book-lutyens-maverick-released-in-delhi-teen-murti-bhawan
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଉନ୍ମୋଚିତ ହୋଇଛି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରଚିତ ପୁସ୍ତକ “ଲଟିଏନ୍ସ ମ୍ୟାଭରିକ୍”। ରୂପା ପବ୍ଲିକେସନ୍ ଦ୍ୱାରା ପ୍ରକାଶିତ ହୋଇଛି ଏହି ପୁସ୍ତକ। ଦିଲ୍ଲୀ ତିନ୍ ମୂର୍ତ୍ତି ଭବନ ସ୍ଥିତ ନେହରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀଠାରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ଏନ୍ସିପି ନେତା ପ୍ରଫୁଲ୍ଲ ପଟେଲ, କଂଗ୍ରେସ ନେତା ମନୀଷ ତିୱାରୀ ଓ ଆପ୍ ବିଧାୟିକା ଅଲକା ଲାମ୍ବା ପ୍ରମୁଖ।
ପୁସ୍ତକ ସଂପର୍କରେ ସମ୍ୟକ ସୂଚନା ଦେଇଥିଲେ ପୁସ୍ତକର ଲେଖକ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଏହି ଅବସରରେ ଆୟୋଜିତ ଏକ ଆଲୋଚନାଚକ୍ରକୁ 'ଟାଇମ୍ସ ନାଓ'ର ମୁଖ୍ୟ ସମ୍ପାଦକ ରାହୁଲ ଶିବଶଙ୍କର ପରିଚାଳନା କରିଥିଲେ। ବୈଜୟନ୍ତଙ୍କ ଏହି ପ୍ରଥମ ପୁସ୍ତକରେ ସାଂପ୍ରତିକ ରାଜନୀତି ଓ ଭବିଷ୍ୟତର ଭାରତର ସମ୍ଭାବ୍ୟ ରୂପରେଖ ସମ୍ପର୍କରେ ଅବତାରଣା କରାଯାଇଛି। ତା’ସହ ଭାରତୀୟ ସମ୍ବିଧାନ ଓ ବୈଦେଶିକ ନୀତି ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏହି ପୁସ୍ତକରେ ସ୍ଥାନ ଦେଇଛନ୍ତି ବୈଜୟନ୍ତ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/01/baijayant-pandas-book-lutyens-maverick-released-in-delhi-teen-murti-bhawan.jpg)