Advertisment

ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଅଗଷ୍ଟ ୩୧ତାରିଖରେ  ଆକାଶ ମାର୍ଗରେ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ କି ନାହିଁ। ଏହାକୁ ନେଇ ସୂଚନା ଅଧିକାରୀମାନେ ପ୍ରଶ୍ନ ଉଠାଇଥିବା ବେଳେ ଏହି ଗସ୍ତ ମିଛ ବୋଲି ଅଭିଯୋଗ ଆଣିବା ପରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ କରି ଜବାବ ମାଗିଛନ୍ତି। ବୈଜୟନ୍ତ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଅଗଷ୍ଟ ୩୧ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟରରେ ବନ୍ୟାଞ୍ଚଳ ବୁଲି ଦେଖିବା […]

author-image
Tapas Behera
ଅଦ୍ୟତନ ହୋଇଛି
ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲେ ବୈଜୟନ୍ତ

6nm4

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଅଗଷ୍ଟ ୩୧ତାରିଖରେ  ଆକାଶ ମାର୍ଗରେ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ କି ନାହିଁ। ଏହାକୁ ନେଇ ସୂଚନା ଅଧିକାରୀମାନେ ପ୍ରଶ୍ନ ଉଠାଇଥିବା ବେଳେ ଏହି ଗସ୍ତ ମିଛ ବୋଲି ଅଭିଯୋଗ ଆଣିବା ପରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ କରି ଜବାବ ମାଗିଛନ୍ତି। ବୈଜୟନ୍ତ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଅଗଷ୍ଟ ୩୧ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟରରେ ବନ୍ୟାଞ୍ଚଳ ବୁଲି ଦେଖିବା ମିଛ ବୋଲି କିଛି ସୂଚନା ଅଧିକାର କର୍ମୀ (କାଗଜପତ୍ର ସହିତ) ଗୁରୁତର ଅଭିଯୋଗ କରିଛନ୍ତି।  ସେତେବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ଭିଡିଓ ନକଲି କି? ଯଦି ଏହା ହୋଇଛି,ତେବେ ଏହା ଅନେକ ପ୍ରଶ୍ନ ଉଠାଉଛି। ମୁଖ୍ୟମନ୍ତ୍ରୀ ଜବାବ ଦେବା ଉଚିତ ବୋଲି ସେ ଲେଖିଛନ୍ତି।
https://twitter.com/Panda_Odia/status/1316686082067451906?s=20

Advertisment

ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ବନ୍ୟାଞ୍ଚଳର ଯେଉଁ ଏରିୟଲ୍ ସର୍ଭେ କରିଥିଲେ ତାର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ସୂଚନା ଅଧିକାର କର୍ମୀ । ଭୁବନେଶ୍ୱର ଏୟାରପୋର୍ଟ ଅଥରିଟିଙ୍କ ତଥ୍ୟ ଆଧାରରେ ସେମାନେ ଅଭିଯୋଗ କରିଛନ୍ତି ଯେ, ସେହିଦିନ କେବଳ ଗୋଟିଏ ହେଲିକପ୍ଟର ମାତ୍ର ୧୯ ମିନିଟ୍‌ ଉଡ଼ାଣ ଭରିଥିଲା । ଏତେ କମ୍ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ କେଉଁ ବନ୍ୟାଞ୍ଚଳ ବୁଲିଦେଖିଲେ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେଦିନ ଭୁବନେଶ୍ୱର ଏୟାରପୋର୍ଟରୁ କୌଣସି ଭିଭିଆଇପିଙ୍କର ଉଡ଼ାଣ ହୋଇନଥିଲା ବୋଲି ମଧ୍ୟ ଏୟାରପୋର୍ଟ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି।

ଏୟାରପୋର୍ଟ ଅଥରିଟିଙ୍କ ପକ୍ଷରୁ ଆରଟିଆଇ କର୍ମୀଙ୍କୁ ପ୍ରଦାନ କରାଯାଇ ଥିବା ତଥ୍ୟ ଅନୁଯାୟୀ ୩୧ ଅଗଷ୍ଟ ୨୦୨୦ ତାରିଖରେ ଭୁବନେଶ୍ୱର ଏୟାରପୋର୍ଟରୁ ମାତ୍ର ଗୋଟିଏ ହେଲିକପ୍ଟର ଉଡ଼ାଣ ଭରିଥିଲା । ଆଉ ତାହା ଥିଲା OSS ଏୟାର ମ୍ୟାନେଜମେଣ୍ଟର VTOSH ନାମକ ହେଲିକପ୍ଟର । ଏୟାରପୋର୍ଟ ଅଥରିଟିଙ୍କ ତଥ୍ୟ କହୁଛି, ସେହିଦିନ ସକାଳ ୧୦ଟା ୧୨ ମିନିଟ୍‌ରେ ହେଲିକପ୍ଟରଟି ଭୁବନେଶ୍ୱର ଏୟାରପୋର୍ଟରୁ ଯାତ୍ରା ଆରମ୍ଭ କରିଥିଲା, ଆଉ ଫେରିଥିଲା ୧୦ଟା ୩୧ ମିନିଟ୍‌ରେ। ଅର୍ଥାତ ମାତ୍ର ୧୯ ମିନିଟ୍ ମଧ୍ୟରେ ସଂପୃକ୍ତ ହେଲିକପ୍ଟରଟି ଭୁବନେଶ୍ୱର ଏୟାରପୋର୍ଟକୁ ଫେରିଆସିଥିଲା । ହେଲିକପ୍ଟରଟିର ଯିବା-ଆସିବାର ମୋଟ୍ ସମୟ ଥିଲା ମାତ୍ର ୧୯ ମିନିଟ୍ । ଏହି ସମୟ ମଧ୍ୟରେ ହେଲିକ୍ଟରର ଟେକଅଫ ଓ ଲ୍ୟାଣ୍ଡି ସମୟ ଅନ୍ତର୍ଭୁକ୍ତ। ଏଥିପାଇଁ କିଛି ସମୟ ଖର୍ଚ୍ଚ ହୋଇଥିବ। ପୁଣି ହେଲିକପ୍ଟରଟି ଏୟାରପୋର୍ଟକୁ ଫେରିଥିବ। ଅର୍ଥାତ ହେଲିକପ୍ଟର ମାତ୍ର ୯-୧୦ ମିନିଟ୍‌ର ଦୂରତ୍ୱ ଅତିକ୍ରମ କରିଥିବ।  ଆରଟିଆଇ  କର୍ମୀ ଶ୍ରୀକାନ୍ତ କୁମାର ପାକଳଙ୍କ ପ୍ରଶ୍ନ ହେଲା, ଏତେ କମ୍ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ କେଉଁ ବନ୍ୟା ପ୍ରପୀଡ଼ିତ ଅଞ୍ଚଳର ଏରିୟଲ୍ ସର୍ଭେ କଲେ ?

Advertisment

ଆହୁରି ପଢ଼ନ୍ତୁ: ପୁଲିସ ଛାଡ଼ୁନି ଓଟିଭି ଅଫିସ

News In Odia Odia News