Advertisment

ଜେଲ୍‌ ଗଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା

କଟକ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାମିନ୍‌ ଆବେଦନ ଖାରଜ ହେବା ପରେ ଜେଲ୍‌ ଗଲେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍(ଓସିଏ)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା। ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଲିଙ୍କରେ ଆଜି ତାଙ୍କୁ ଗିରଫ କରିଥିଲା ସିବିଆଇ। ଆଶୀର୍ବାଦଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ଦାସ ମଧ୍ୟ ଜେଲ୍ ଯାଇଛନ୍ତି। ବହୁଚର୍ଚ୍ଚିତ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ଆଶୀର୍ବାଦଙ୍କୁ ଗିରଫ କରିବା ପାଇଁ ଆଜି ଭୋରରୁ ତାଙ୍କ କଟକସ୍ଥିତ ବାସଭବନରେ ପହଞ୍ଚିଥିଲା ସିବିଆଇର ୧୪ରୁ ୨୦ ଜଣିଆ ଟିମ୍। ପରେ ତାଙ୍କୁ ସ୍ୱତନ୍ତ୍ର […]

ଅଦ୍ୟତନ ହୋଇଛି
ଜେଲ୍‌ ଗଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା

at

Advertisment

କଟକ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାମିନ୍‌ ଆବେଦନ ଖାରଜ ହେବା ପରେ ଜେଲ୍‌ ଗଲେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍(ଓସିଏ)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା। ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଲିଙ୍କରେ ଆଜି ତାଙ୍କୁ ଗିରଫ କରିଥିଲା ସିବିଆଇ। ଆଶୀର୍ବାଦଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ଦାସ ମଧ୍ୟ ଜେଲ୍ ଯାଇଛନ୍ତି।

Advertisment

ବହୁଚର୍ଚ୍ଚିତ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ଆଶୀର୍ବାଦଙ୍କୁ ଗିରଫ କରିବା ପାଇଁ ଆଜି ଭୋରରୁ ତାଙ୍କ କଟକସ୍ଥିତ ବାସଭବନରେ ପହଞ୍ଚିଥିଲା ସିବିଆଇର ୧୪ରୁ ୨୦ ଜଣିଆ ଟିମ୍। ପରେ ତାଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ତା’ପରେ ମେଡ଼ିକାଲ ଟେଷ୍ଟ୍‌ କରାଯାଇଥିଲା।

ଗତ ୧୭ ତାରିଖ ଦିନ କୋର୍ଟ ଜାରି କରିଥିବା ଜାମିନ ବିହୀନ ପରଓ୍ୱାନା ବଳରେ ଆଶୀର୍ବାଦଙ୍କୁ ଗିରଫ କରାଯାଇଛି। ତାଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରିଛି ସିବିଆଇ। କମଳାକାନ୍ତ ବାଲେଶ୍ୱର ଓ ଭୁବନେଶ୍ୱରରେ ଅର୍ଥତତ୍ତ୍ୱ କମ୍ପାନୀ ସହ ଜମି ଡିଲ୍ କରି କୋଟି କୋଟି ଟଙ୍କା ହଡପ୍‌ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗିରଫ ପୂର୍ବରୁ ଉଭୟ କମଳାକାନ୍ତ ଓ ଆଶୀର୍ବାଦଙ୍କୁ ବହୁ ଥର ଜେରା କରିଥିଲା ସିବିଆଇ। ଆଶୀର୍ବାଦଙ୍କୁ ରିମାଣ୍ଡରେ ଅଣାଯିବ ନାହିଁ ବୋଲି ସିବିଆଇ ସ୍ପଷ୍ଟ କରିଛି। ଅନ୍ୟପଟେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ସମ୍ବିତ ଖୁଣ୍ଟିଆ ପୂର୍ବରୁ ଗିରଫ ହୋଇ ଜାମିନ ପାଇ ସାରିଛନ୍ତି।

Advertisment

୨୦୧୪ ନଭେମ୍ବର ୧୬ ତାରିଖରେ ଅର୍ଥତତ୍ତ୍ୱ କେଳେଙ୍କାରୀରେ ସଂପୃକ୍ତି ନେଇ ସିବିଆଇ ସ୍କାନରକୁ ଆସିଥିଲେ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା। ୨୦୧୧ ମସିହାରେ ରଣଜୀ ଟ୍ରଫି ଓ ଓଡ଼ିଶା ପ୍ରିମିୟର ଲିଗ୍‌ ଆୟୋଜନ ବେଳେ ଅର୍ଥତତ୍ତ୍ୱ (ଏଟି ଗ୍ରୁପ୍‌)ରୁ ୧କୋଟି ଟଙ୍କା ନେଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ପରେ ୨୦୧୭ ଜୁନ୍‌ରେ ବାରବାଟୀ ପ୍ୟାଲେସ୍ ଜମି କେଳେଙ୍କାରୀ ଓ ଓସିଏରେ ଆର୍ଥିକ ଅନିୟମିତତା ମାମଲାରେ ମଧ୍ୟ ସିବିଆଇ ଆଶୀର୍ବାଦଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରି ଓଡ଼ିଶା ଅଲିମ୍ପିକ ଆସୋସିଏସନ ସହ ତାଙ୍କ ବାସଭବନରେ ରେଡ୍ କରିଥିଲା।

ସେପଟେ ଆଶୀର୍ବାଦଙ୍କ ଗିରଫଦାରୀ ନେଇ ପୁଅ ସଞ୍ଜୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଁ ଓସିଏ ସଂପାଦକ ଲାଗି ନିର୍ବାନ ଲଢୁଥିବାରୁ ନିର୍ବାଚନରେ ହାରିବା ଆଶଙ୍କାରେ ବଡ଼ ଷଡ଼ଯନ୍ତ୍ର କରାଯାଇଛି। ଅତୀତରେ ଯେଉଁମାନେ ଆଶୀର୍ବାଦଙ୍କ ସହଯୋଗୀ ଥିଲେ, ସେମାନେ ହିଁ ଷଡ଼ଯନ୍ତ୍ରକାରୀ ବୋଲି ସଂଜୟ କହିଛନ୍ତି।

ତେବେ ଦୀର୍ଘ ଦିନ ଧରି ଚିଟ୍‌ଫଣ୍ଡ ମାମଲାର ତଦନ୍ତରେ ଶିଥିଳ ହୋଇ ପଡ଼ିଥିବା ସିବିଆଇ ହଠାତ୍ ଓସିଏ ନିର୍ବାଚନ ପୂର୍ବରୁ ଚେଇଁ ଉଠିବା ପଛର ରହସ୍ୟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe