ବଳଭଦ୍ରଙ୍କ ଦାରୁ ଦେଖିବାକୁ ଭିଡ଼, ଜାତୀୟ ରାଜପଥ ଜାମ୍

ଭୁବନେଶ୍ୱର: ଦେବୀ ସୁଭଦ୍ରାଙ୍କ ଦାରୁ ଛେଦନ ପାଇଁ ଆଜିଠାରୁ ମହାଯଜ୍ଞ ଆରମ୍ଭ ହୋଇଥିବା ବେଳେ ଶ୍ରୀକ୍ଷେତ୍ର ଅଭିମୁଖେ ବଡ଼ଠାକୁର ବଳଭଦ୍ରଙ୍କ ଦାରୁ ଶଗଡ଼ିର ଯାତ୍ରା ଜାରି ରହିଛି । ସାରଳାଙ୍କ ପୀଠରୁ ବାହାରିଥିବା ଏହି ଦାରୁ ଶଗଡ଼ି ଗତକାଲି କନ୍ଦରପୁର, ବିରିବାଟୀ, ବିଦ୍ୟାଧରପୁର, ନୂଆବଜାର, ଓଏମପି ଓ ଖପୁରିଆ ଦେଇ ଭାଣପୁରରେ ପହଞ୍ଚିଛି । ଆଜି ଅପରାହ୍ନରେ ଏଠାରୁ ଦାରୁଶଗଡ଼ି ଯାତ୍ରା କରିବ । ସେପଟେ ଦାରୁ ଶଗଡ଼ି ଦର୍ଶନ କରିବା ଲାଗି ଭକ୍ତଙ୍କ ଭିଡ଼ ଜମିଛି […]

baladhadradaru

Rakesh Mallick
  • Published: Friday, 01 May 2015
  • , Updated: 01 May 2015, 05:40 AM IST

ଭୁବନେଶ୍ୱର: ଦେବୀ ସୁଭଦ୍ରାଙ୍କ ଦାରୁ ଛେଦନ ପାଇଁ ଆଜିଠାରୁ ମହାଯଜ୍ଞ ଆରମ୍ଭ ହୋଇଥିବା ବେଳେ ଶ୍ରୀକ୍ଷେତ୍ର ଅଭିମୁଖେ ବଡ଼ଠାକୁର ବଳଭଦ୍ରଙ୍କ ଦାରୁ ଶଗଡ଼ିର ଯାତ୍ରା ଜାରି ରହିଛି । ସାରଳାଙ୍କ ପୀଠରୁ ବାହାରିଥିବା ଏହି ଦାରୁ ଶଗଡ଼ି ଗତକାଲି କନ୍ଦରପୁର, ବିରିବାଟୀ, ବିଦ୍ୟାଧରପୁର, ନୂଆବଜାର, ଓଏମପି ଓ ଖପୁରିଆ ଦେଇ ଭାଣପୁରରେ ପହଞ୍ଚିଛି । ଆଜି ଅପରାହ୍ନରେ ଏଠାରୁ ଦାରୁଶଗଡ଼ି ଯାତ୍ରା କରିବ । ସେପଟେ ଦାରୁ ଶଗଡ଼ି ଦର୍ଶନ କରିବା ଲାଗି ଭକ୍ତଙ୍କ ଭିଡ଼ ଜମିଛି । ଫଳରେ କଟକ-ଭୁବନେଶ୍ୱର ଜାତୀୟ ରାଜପଥ ଜାମ୍ ହୋଇଯାଇଛି । ଗତକାଲି ଯେଉଁ ରାସ୍ତା ଦେଇ ଦାରୁ ଶଗଡ଼ି ଯାତ୍ରା କରିଥିଲା, ସେଇ ରାସ୍ତା ଲୋକାରଣ୍ୟ ହୋଇଯାଇଥିଲା । ମହିଳାମାନେ ରାସ୍ତାରେ ଝୋଟି ଓ ଲୁଗା ପକାଇ ବଳଭଦ୍ରଙ୍କ ପବିତ୍ର ଦାରୁର ସାନିଧ୍ୟ ଲାଭ କରିଥିଲେ । ସେହିପରି କଟକର ବିଭିନ୍ନ ପୂଜା କମିଟି ପକ୍ଷରୁ ଦାରୁକୁ ଶୋଭାଯାତ୍ରାରେ ନିଆଯାଇଥିଲା ।

Related story