Advertisment

ରାଜଧାନୀରେ ଅସମ୍ଭାଳ ତାତି; ବଲାଙ୍ଗିର ଓ ବରଗଡ଼ ଉତ୍ତପ୍ତ ସହର

ବଲାଙ୍ଗିର ଓ ବଡ଼ଗଡ଼ ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ଏନେଇ ସୂଚନା ଦେଇଛି।

ଅଦ୍ୟତନ ହୋଇଛି
Heat Wave

Heat Wave

Advertisment

ଆଜି ତାତିଛି ରାଜଧାନୀ। ତାତି ଅସ୍ତବ୍ୟସ୍ତ କରିଛି ଜୀବନଯାତ୍ରା। ଆଜି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୨.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେପଟେ ବଲାଙ୍ଗିର ଓ ବରଗଡ଼ ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ଏନେଇ ସୂଚନା ଦେଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବଲାଙ୍ଗିରରେ ୪୪.୫ ଡିଗ୍ରୀ, ବରଗଡ଼ରେ ୪୪.୫ ଡିଗ୍ରୀ, ଝାରସୁଗୁଡ଼ାରେ ୪୪.୪ ଡିଗ୍ରୀ, ସୋନପୁରରେ ୪୪.୩ ଡିଗ୍ରୀ, ସମ୍ୱଲପୁରରେ ୪୩.୬ ଡିଗ୍ରୀ, ବୌଦ୍ଧରେ ୪୩.୫ ଡିଗ୍ରୀ, ହୀରାକୁଦରେ ୪୩.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩.୦ ଡିଗ୍ରୀ, ଭବାନୀପାଟଣାରେ ୪୩.୦ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୦ ଡିଗ୍ରୀ, ଅନୁଗୋଳରେ ୪୨.୯ ଡିଗ୍ରୀ, ଦେବଗଡ଼ରେ ୪୨.୮ ଡିଗ୍ରୀ, ଭୁବନେଶ୍ୱରରେ ୪୨.୬ ଡିଗ୍ରୀ, ରାଉରକେଲାରେ ୪୨.୫ ଡିଗ୍ରୀ, ବ୍ରହ୍ମପୁରରେ ୪୨.୫ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୨.୦ ଡିଗ୍ରୀ, ଢେଙ୍କାନାଳରେ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ସେହିପରି ବାରିପଦାରେ ୪୧.୬ ଡିଗ୍ରୀ, କଟକରେ ୪୧.୬ ଡିଗ୍ରୀ, ନୟାଗଡ଼ରେ ୪୧.୫ ଡିଗ୍ରୀ, ତାଳଚେରରେ ୪୧.୪ ଡିଗ୍ରୀ, ନୂଆପଡ଼ାରେ ୪୧.୪ ଡିଗ୍ରୀ, କେନ୍ଦୁଝରରେ ୪୧.୦ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୧.୦ ଡିଗ୍ରୀ, ଫୁଲବାଣୀରେ ୪୧.୦ ଡିଗ୍ରୀ, ନବରଙ୍ଗପୁରରେ ୪୦.୫ ଡିଗ୍ରୀ, ମାଲକାନଗିରିରେ ୪୦.୫ ଡିଗ୍ରୀ, ଯାଜପୁରରେ ୪୦.୦ ଡିଗ୍ରୀ, ଚାନ୍ଦବାଲିରେ ୪୦.୦ ଡିଗ୍ରୀ, ଛତ୍ରପୁରରେ ୪୦.୦ ଡିଗ୍ରୀ, ଭଦ୍ରରେ ୩୯.୬ ଡିଗ୍ରୀ, ଜଗତସିଂହପୁରରେ ୩୯.୦ ଡିଗ୍ରୀ, ବାଲେଶ୍ୱରରେ ୩୮.୦ ଡିଗ୍ରୀ, ପୁରୀରେ ୩୭.୬ ଡିଗ୍ରୀ, ରାୟଗଡ଼ାରେ ୩୭.୪ ଡିଗ୍ରୀ, କୋରାପୁଟରେ ୩୭.୦ ଡିଗ୍ରୀ, ଗୋପାଳପୁରରେ ୩୬.୨ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୬.୦ ଡିଗ୍ରୀ ଓ ପାରାଦୀପର ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ କରାଯାଇଛି।

Heat Wave Heat Wave In Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe