Advertisment

ବଲାଙ୍ଗୀର: ଜଣ୍ଡିସରେ ଆଉ ଜଣଙ୍କର ମୃତ୍ୟୁ ଅଭିଯୋଗ,ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ବଲାଙ୍ଗୀର: ଜଣ୍ଡିସରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ପୂରନ୍ ରାଜପୁତ । ତାଙ୍କ ଘର ବଲାଙ୍ଗୀର ଜିଲ୍ଲା ଗାନ୍ଧି ନଗରପଡାରେ। ସେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଥିଲେ।  ମୃତ୍ୟୁ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ବଲାଙ୍ଗୀର ସିଡିଏମଓ। ସେ କହିଛନ୍ତି ଯେ, ’ଜଣ୍ଡିସରେ ମୃତ୍ୟୁ ହୋଇଛି କି ନାହିଁ’ ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ଜିଲ୍ଲାପାଳ। ପୁରନଙ୍କ ମୃତ୍ୟୁକୁ ମିଶାଇ ବଜଣ୍ଡିସରେ ମୋଟ ୪ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟେଯେ, […]

ଅଦ୍ୟତନ ହୋଇଛି
ବଲାଙ୍ଗୀର: ଜଣ୍ଡିସରେ ଆଉ ଜଣଙ୍କର ମୃତ୍ୟୁ ଅଭିଯୋଗ,ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

balangijundice

Advertisment

ବଲାଙ୍ଗୀର: ଜଣ୍ଡିସରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ପୂରନ୍ ରାଜପୁତ । ତାଙ୍କ ଘର ବଲାଙ୍ଗୀର ଜିଲ୍ଲା ଗାନ୍ଧି ନଗରପଡାରେ। ସେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଥିଲେ।  ମୃତ୍ୟୁ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ବଲାଙ୍ଗୀର ସିଡିଏମଓ। ସେ କହିଛନ୍ତି ଯେ, ’ଜଣ୍ଡିସରେ ମୃତ୍ୟୁ ହୋଇଛି କି ନାହିଁ’ ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ଜିଲ୍ଲାପାଳ। ପୁରନଙ୍କ ମୃତ୍ୟୁକୁ ମିଶାଇ ବଜଣ୍ଡିସରେ ମୋଟ ୪ଜଣଙ୍କର ମୃତ୍ୟୁ ହୋଇଛି।

Advertisment

ସୂଚନାଯୋଗ୍ୟେଯେ, ଗତ ୯ ତାରିଖରେ ସକାଳୁ ସମ୍ବଲପୁର ବୁର୍ଲା ମେଡିକାଲରେ ତାଙ୍କର ଏମ.ଜଗଦମ୍ବାଙ୍କର ମୃତ୍ୟୁ ହୋଇଥିଲା। । ଅନ୍ୟପକ୍ଷରେ ଗତ ୫ ତାରିଖରେ ଜଣଙ୍କକର ମୃଚ୍ୟୁ ହୋଇଥିଲା। ମୃତକଙ୍କ ନାଁ ଥିଲା ରାଜେନ୍ଦ୍ର ସାହୁ। ମୃତକଙ୍କ ଘର ଚିମିନିଭାଟି ପଡ଼ାରେ ବୋଲି ଜଣାପଡିଛି।  ସେହିପରି ଗୁରୁବାରଦିନ ଅନ୍ୟଜଣଙ୍କର ମୃତ୍ୟୁ ହୋଇଥିଲା। କିଛିଦିନ ତଳେ ବଲାଙ୍ଗୀର ସହରରେ ଜଣ୍ଡିସ ସ୍ଥିତିର ସମୀକ୍ଷା କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ। ଏହାସହ ଜଣ୍ଡିସ ସ୍ଥିତିରେ ଅବହେଳା କରିବା ଅଭିଯୋଗରେ  ବଲାଙ୍ଗୀର ପିଏଚଡି ନିର୍ବାହୀ ଯନ୍ତ୍ରୀ ଭାଗ୍ୟଧର ସାହୁଙ୍କୁ ନିଲମ୍ବିତ କରାଯାଇଛି। ଏହା ବଲାଙ୍ଗୀର ଜଣ୍ତିସ ସ୍ଥିତିକୁ ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଏମ ମୁଥୁକୁମାରଙ୍କ ତତ୍ୱାବଧାନରେ ଏକ ଟାକ୍ସଫୋର୍ସ ଗଠନ କରାଯାଇଥିଲା। ଜନସ୍ୱାସ୍ଥ୍ୟ, ପୌରସଂସ୍ଥା, ସ୍ୱାସ୍ଥ୍ୟ, ପୋଲିସ ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ନେଇ ଏହି ଟାକ୍ସଫୋର୍ସ ଗଠିତ ହୋଇଛି। ଏହି ଟିମ୍ ଜିଲ୍ଲାରେ ବିଭିନ୍ନ ଅଞ୍ଚଳକୁ ଗସ୍ତକରି ସମୀକ୍ଷା କରିବା ପରେ ବଲାଙ୍ଗୀରରେ ଜଣ୍ଡିସର ସ୍ଥିତି ଉଦ୍‌ବେଗ ଜନକ ରହିଛି। ସରକାରୀ ଭାବେ ଜିଲ୍ଲାରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ୫୦ ବୋଲି କୁହାଯାଉଥିବାବେଳେ ବେସରକାରୀ ଭାବେ ଏହି ସଂଖ୍ୟା ୧୦୦ରୁ ଅଧିକ ବୋଲି କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe