Advertisment

ଚକ୍‌ମା ଖାଇଲେ ସୁନ୍ଦରୀ, ଫେଲ୍‌ ମାରିଲା ରଣନୀତି

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ମଡେଲିଂରେ କିମିଆ କରିଥିବା ବିୟୁଟି ପ୍ରିୟଙ୍କା ନନ୍ଦ ଏଥର ପଞ୍ଚାୟତ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିଥିଲେ। ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ସେ ଲୋକଙ୍କ ମନ କିଣିବାରେ ଫେଲ୍‌ ମାରିଛନ୍ତି। ପଞ୍ଚାୟତ ନିର୍ବାଚନରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି। କେତେ ଆଶା ଆଙ୍କାକ୍ଷା ନେଇ ସେ ଜନ୍ମ ମାଟିକୁ ଫେରିଥିଲେ। ହେଲେ ଗାଁ ଲୋକେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିନାହାନ୍ତି। ସେ ୫୮୪ ଖଣ୍ଡ ଭୋଟ୍‌ ପାଇ ସେ ତୃତୀୟ […]

author-image
Manoranjan Sial
ଚକ୍‌ମା ଖାଇଲେ ସୁନ୍ଦରୀ, ଫେଲ୍‌ ମାରିଲା ରଣନୀତି

priyanka-nanda

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ମଡେଲିଂରେ କିମିଆ କରିଥିବା ବିୟୁଟି ପ୍ରିୟଙ୍କା ନନ୍ଦ ଏଥର ପଞ୍ଚାୟତ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିଥିଲେ। ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ସେ ଲୋକଙ୍କ ମନ କିଣିବାରେ ଫେଲ୍‌ ମାରିଛନ୍ତି। ପଞ୍ଚାୟତ ନିର୍ବାଚନରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି। କେତେ ଆଶା ଆଙ୍କାକ୍ଷା ନେଇ ସେ ଜନ୍ମ ମାଟିକୁ ଫେରିଥିଲେ। ହେଲେ ଗାଁ ଲୋକେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିନାହାନ୍ତି। ସେ ୫୮୪ ଖଣ୍ଡ ଭୋଟ୍‌ ପାଇ ସେ ତୃତୀୟ ସ୍ଥାନରେ ଅଛନ୍ତି।

Advertisment

ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ଚୁଡାପାଲି ପଞ୍ଚାୟତର ପ୍ରିୟଙ୍କା ନନ୍ଦ। ଗାଁ ସ୍କୁଲରେ ପାଠ ପଢ଼ା ସରିବା ପରେ ସେ ରାଜ୍ୟ ବାହାରକୁ ଚାଲି ଯାଇଥିଲେ। ସେ ୨୦୧୫ ମସିହାରେ ମଡେଲିଂରେ କ୍ୟାରିୟର ଆରମ୍ଭ କରିଥିଲେ। ଆଉ ସେହି ବର୍ଷ ଗୋଟିଏ ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ମିସ୍‌ ଫଟୋଜୋନିକ ହୋଇଥିଲେ। ତା’ପରେ ସେ ଅନେକ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି। ୨୦୨୦ ମସିହାରେ ପ୍ରିୟଙ୍କା ଇଣ୍ଡିଆନ ଷ୍ଟାଇଲ୍‌ ଆଇକନ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଥିଲେ। ଏବେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ସହିତ ସେ କାମ କରିଥିଲେ।

ଜଣାଶୁଣା ମଡେଲିଂ ଏଜେନ୍ସି ସିଏଫଆଇ ସହିତ ଜଡିତ ପ୍ରିୟଙ୍କା ନିଜ ଗାଁର ବିକାଶ ପାଇଁ ପଞ୍ଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ହେଲେ ଗାଁ ଲୋକ ତାଙ୍କୁ ନିରାଶ କରିଛନ୍ତି। ପଞ୍ଚାୟତ ନିର୍ବାଚନରେ ତାଙ୍କୁ ପରାଜିତ ହେବାକୁ ପଡ଼ିଛି। ରାଜ୍ୟ ବାହାରେ ଅଧିକ ସମୟ ବିତାଇଥିବା ପ୍ରିୟାଙ୍କାଙ୍କୁ ଲୋକେ ଗ୍ରହଣ କରିନାହାନ୍ତି।

Advertisment
Odisha Panchayat Election 2022