Advertisment

ପୁଣି ଚର୍ଚ୍ଚାରେ ବଲାଙ୍ଗିର ପୌରସଂସ୍ଥାର ପଲିଥିନ୍ ବ୍ୟାନ୍‌

ବଲାଙ୍ଗିର (ସସ୍ମିତା ସାହୁ): ଆଜିଠୁ ରାଜ୍ୟର ୬ଟି ସହରରେ ପଲିଥିନ୍‌ ବ୍ୟାନ୍ କରାଯାଇଛି। କଟକ, ଭୁବନେଶ୍ୱର, ରାଉରକେଲା, ସମ୍ୱଲପୁର, ବ୍ରହ୍ମପୁର ମହାନଗର ନିଗମ ସହିତ ପୁରୀ ମ୍ୟୁନିସିପାଲିଟିରେ ଏହି ଆଇନ୍‌ କାର୍ଯ୍ୟକାରୀ କରାଯାଇଛି। ତେବେ ପୂର୍ବରୁ ୨୦୧୭ ମସିହା ଜୁଲାଇ ୧୦ ତାରିଖରେ ବଲାଙ୍ଗିର ପୌରସଂସ୍ଥା ପକ୍ଷରୁ ସେଠାରେ ପଲିଥିନ୍‌ ବ୍ୟାନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ସ୍କ୍ୱାଡ଼ କରି ସହରରେ ବିଭିନ୍ନ ଜାଗାରେ ଚଢ଼ାଉ କରିବା ସହିତ ପଲିଥିନ ବ୍ୟବହାର କରୁଥିବା ଦୋକାନୀଙ୍କ ପାଖରୁ ଜରିମାନା […]

ପୁଣି ଚର୍ଚ୍ଚାରେ ବଲାଙ୍ଗିର ପୌରସଂସ୍ଥାର ପଲିଥିନ୍ ବ୍ୟାନ୍‌

balangir

Advertisment

ବଲାଙ୍ଗିର (ସସ୍ମିତା ସାହୁ): ଆଜିଠୁ ରାଜ୍ୟର ୬ଟି ସହରରେ ପଲିଥିନ୍‌ ବ୍ୟାନ୍ କରାଯାଇଛି। କଟକ, ଭୁବନେଶ୍ୱର, ରାଉରକେଲା, ସମ୍ୱଲପୁର, ବ୍ରହ୍ମପୁର ମହାନଗର ନିଗମ ସହିତ ପୁରୀ ମ୍ୟୁନିସିପାଲିଟିରେ ଏହି ଆଇନ୍‌ କାର୍ଯ୍ୟକାରୀ କରାଯାଇଛି।

Advertisment

ତେବେ ପୂର୍ବରୁ ୨୦୧୭ ମସିହା ଜୁଲାଇ ୧୦ ତାରିଖରେ ବଲାଙ୍ଗିର ପୌରସଂସ୍ଥା ପକ୍ଷରୁ ସେଠାରେ ପଲିଥିନ୍‌ ବ୍ୟାନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ସ୍କ୍ୱାଡ଼ କରି ସହରରେ ବିଭିନ୍ନ ଜାଗାରେ ଚଢ଼ାଉ କରିବା ସହିତ ପଲିଥିନ ବ୍ୟବହାର କରୁଥିବା ଦୋକାନୀଙ୍କ ପାଖରୁ ଜରିମାନା ଆଦାୟ କରିଥିଲା। ଏଥିରେ ସହଯୋଗ କରିବା ସହିତ ଜିଲ୍ଲାକୁ ପଲିଥିନ ମୁକ୍ତ କରିବା ପାଇଁ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ସହିତ ଜିଲ୍ଲାପାଳ ଆଲୋଚନା କରିଥିଲେ। ହେଲେ ଏହାର କୌଣସି ସୁଫଳ ମିଳିପାରିଲା ନାହିଁ।

publive-image

କିଛି ଦିନର ସଚେତନତା ଓ ଦୁଇ ଦିନର କାର୍ଯ୍ୟାନୁଷ୍ଠାନ ପରେ, ଠପ୍‌ ହୋଇଯାଇଥିଲା ପୌରସଂସ୍ଥାର କାର୍ଯ୍ୟକ୍ରମ। ଯାହାପରେ ପୁଣି ପଲିଥିନର ଖୁଲମ୍‌ ଖୁଲା ବ୍ୟବହାର ଚାଲିଥିଲା। ତେବେ ଏଥର ଛଅଟି ସହରରେ ପଲିଥିନ ବ୍ୟାନ କରାଯାଇଥିବା ବେଳେ, ପୂରା ରାଜ୍ୟରେ ଗୋଟିଏ ମାସ ସଚେତନ ଓ ତା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ତାଗିଦ ପରେ ପୂର୍ବରୁ ବିଫଳ ହୋଇଥିବା ବଲାଙ୍ଗିର ଜିଲ୍ଲା ପ୍ରଶାସନ ପୁଣିଥରେ ସାଧାରଣ ଲୋକ ଓ ଦୋକାନୀଙ୍କୁ କେତେମାତ୍ରାରେ ସଚେତନ କରାଇ ପାରୁଛି, ତା ଉପରେ ନଜର।

Advertisment

publive-image

ପଲିଥିନ ବ୍ୟାନ କାର୍ଯ୍ୟକ୍ରମ ପାଇଁ ଜିଲ୍ଳାପାଳ ଓ ଉପ-ଜିଲ୍ଳାପାଳ ସ୍ତରୀୟ ସ୍କ୍ୱାଡ଼ ଗଠନ ପାଇଁ ଜିଲ୍ଳା ପ୍ରଶାସନ ପ୍ରସ୍ତୁତ ହେଉଛି। ପୂର୍ବଥର ପରି ଆଇନ କେବଳ କାଗଜ କଲମରେ ସୀମିତ ରହୁଛି, କି ଯିଏ ଏହାକୁ ଭଙ୍ଗ କରୁଛି କାର୍ଯ୍ୟାନୁଷ୍ଠାନ ହେଉଛି ତା ଉପରେ ସମସ୍ତଙ୍କ ନଜର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe