Advertisment

ହାଟକୁ ଗଲେ ମିଳୁଛି ମାଗଣାରେ ଗାଈ ବଳଦ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ମାଗଣା ଗାଈହାଟ। ମହଙ୍ଗା ଯୁଗରେ ମାଗଣା ଗାଈ ହାଟ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହଁ ଆଜ୍ଞା କଥାଟା ପୂରା ସତ। ଏବେ ଏପରି ଗାଈ ହାଟ ବଲାଙ୍ଗିର ସହରରେ ବସୁଛି। ଗତ ତିନି ଦିନ ଧରି ଏହି ହାଟ ବସିଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଚାଷୀଙ୍କୁ ଡକାଇ ଗାଈ ପ୍ରଦାନ କରାଯାଉଛି। ଘଟଣାଟି ଏମିତି। ବଲାଙ୍ଗିର ସହର ଭିତରେ ଘୁରି ବୁଲୁଛନ୍ତି ହଜାର ହଜାର ବୁଲା ଗୋରୁ। କିଛି ତ ବୁଲା […]

ଅଦ୍ୟତନ ହୋଇଛି
ହାଟକୁ ଗଲେ ମିଳୁଛି ମାଗଣାରେ ଗାଈ ବଳଦ

Cow

Advertisment

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ମାଗଣା ଗାଈହାଟ। ମହଙ୍ଗା ଯୁଗରେ ମାଗଣା ଗାଈ ହାଟ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହଁ ଆଜ୍ଞା କଥାଟା ପୂରା ସତ। ଏବେ ଏପରି ଗାଈ ହାଟ ବଲାଙ୍ଗିର ସହରରେ ବସୁଛି। ଗତ ତିନି ଦିନ ଧରି ଏହି ହାଟ ବସିଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଚାଷୀଙ୍କୁ ଡକାଇ ଗାଈ ପ୍ରଦାନ କରାଯାଉଛି।

Advertisment

ଘଟଣାଟି ଏମିତି। ବଲାଙ୍ଗିର ସହର ଭିତରେ ଘୁରି ବୁଲୁଛନ୍ତି ହଜାର ହଜାର ବୁଲା ଗୋରୁ। କିଛି ତ ବୁଲା ଗୋରୁ ଅଛନ୍ତି, ଆଉ କିଛି ଲୋକ ଗାଈଠାରୁ କ୍ଷୀର ଦୁଇଁ ରାସ୍ତାରେ ଛାଡି ଦେଉଛନ୍ତି। ଯାହାଫଳରେ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ଯାଉଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ବୁଲା ଗୋରୁମାନଙ୍କୁ ଧରି ଥଇଥାନ କରିବା ପାଇଁ ବିଭିନ୍ନ ସଂଗଠନ ତରଫରୁ ଦାବି ହୋଇ ଆସୁଥିଲା। ସହର ଭିତରେ କାଞ୍ଜିଆ ହୁଦା ନଥିବାରୁ ବୁଲା ଗୋରୁଙ୍କୁ ଥଇଥାନ କରିପାରୁନଥିଲା ପୌରସଂସ୍ଥା। ପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ପୌରସଂସ୍ଥା, ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛି।

ବୁଲା ଗୋରୁଙ୍କୁ ନେଇ ପ୍ରଶାସନ ଖୋଲିଛି ମାଗଣା ହାଟ। ସହର ଭିତରେ ବୁଲୁଥିବା ଗୋରୁଙ୍କୁ କାବୁ କରି କୋସଳ କଳାମଣ୍ଡଳ ପଡିଆକୁ ଅଣାଯାଉଛି। ତା’ପରେ ଗ୍ରାମାଞ୍ଚଳର ଚାଷୀମାନଙ୍କୁ ଡକାଯାଇ, ସେମାନଙ୍କଠାରୁ ସବିଶେଷ ବିବରଣୀ ଲେଖାଯାଉଛି। ଆଉ ତା’ପରେ ମାଗଣାରେ ଚାଷୀଙ୍କୁ ବୁଲା ଗୋରୁମାନଙ୍କୁ ହସ୍ତାନ୍ତର କରାଯାଉଛି। ଚାଷୀମାନେ ଗୋରୁଙ୍କ ସେବା ଯତ୍ନ କରିବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ଗତ ତିନି ଦିନ ଭିତରେ ୬୦ରୁ ଅଧିକ ଗାଈ ମାଗଣାରେ ପ୍ରଦାନ କରାଗଲାଣି।

Advertisment

ଗାଈ ହସ୍ତାନ୍ତର ପ୍ରକ୍ରିୟାକୁ ନେଇ କିଛି ଗୁରୁତର ଅଭିଯୋଗ ଆଣିଛି ୟୁବା ପ୍ରତାପୀ ସେନା। ବୁଲା ଗାଈଗୋରୁଙ୍କୁ କାବୁ କରିବା ସମୟରେ, ସେମାନଙ୍କୁ ମାଡ଼ ମରାଯାଉଥିବା ସଂଗଠନ ଅଭିଯୋଗ କରିଛି। ଏହା ସହିତ ଯାହାକୁ ଗାଈ ହସ୍ତାନ୍ତର କରାଯାଉଛି, ତା’ର ସଠିକ ବିବରଣୀ ରଖାଯାଉନଥିବା ଅଭିଯୋଗ କରି ସଂଗଠନ ତରଫରୁ କୋସଳ କଳାମଣ୍ଡଳ ପଡିଆରେ ହଂଗାମା କରାଯାଇଥିଲା। ବଲାଙ୍ଗିର ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା ପୁଲିସ ସହିତ ପହଞ୍ଚି ସଂଗଠନର କର୍ମକର୍ତ୍ତାଙ୍କୁ ବୁଝାସୁଜା କରିଥିଲେ। ଯାହାକୁ ଗାଈ ଦିଆଯାଉଛି, ତାର ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି କହିଥିଲେ ତହଦିଲଦାର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe