Advertisment

ଖେଳୁ ଖେଳୁ କୂଅକୁ ଖସିପଡ଼ିଲା ଅଢେଇ ବର୍ଷର ଝିଅ, ତାପରେ...

ଚିକିତ୍ସା ପରେ ଛୁଆଟି ସୁସ୍ଥ ଥିବା ଡାକ୍ତର କହିଛନ୍ତି। ପରିବାର ଲୋକେ ଏନେଇ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

author-image
Tapaswini Nayak
Baby

Baby

ରଖେ ହରି ତ ମାରେ କିଏ। ଏହାର ଅର୍ଥ ଯାହାକୁ ଉପରବାଲା ରକ୍ଷା କରିବାକୁ ଚାହୁଁଛନ୍ତି, ତା’ର କେହି କିଛି ବି କ୍ଷତି କରିପାରିବେ ନାହିଁ। ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାରେ।

Advertisment

ପୁଇଁତଳା ଥାନା ପଦମପୁର ଗାଁରେ ଅଢେଇ ବର୍ଷର ଝିଅଟି ଗତକାଲି ଖୋଲା କୂଅ ପାଖରେ ଖେଳୁ ଥିଲା। ଖେଳିବା ସମୟରେ ଛୁଆଟି ତିରିଶ ଫୁଟର ଗଭୀର କୂଅ ଭିତରେ ଗଳି ପଡ଼ିଥିଲା। ଛୁଆଟି ଖସି ପଡ଼ିବାର ଜଣେ ଗ୍ରାମବାସୀ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ବଲାଙ୍ଗିର ଅଗ୍ନିଶମ ବାହିନୀ କିଛି ସମୟ ଭିତରେ ପଦମପୁର ଗାଁରେ ପହଞ୍ଚି କୂଅ ଭିତରେ ପଶି ଝିଅଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଛୁଆଟିକୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଛୁଆଟି ସୁସ୍ଥ ଥିବା ଡାକ୍ତର କହିଛନ୍ତି। ପରିବାର ଲୋକେ ଏନେଇ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment
Balangir