Advertisment

ରାଜ ପରିବାରର ଗୁମର କଥା, ଦୁଃଖ ବଖାଣିଲେ ବୋହୂ

ବିବାହର ୫ବର୍ଷ ଭିତରେ ମୋ ସ୍ୱାମୀ, ଶ୍ୱଶୁର, ଶାଶୁ, ଦେଢ଼ଶୁର ଓ ଯାଆ ମୋତେ ବହୁ ମାନସିକ ନିର୍ଯାତନା ଦେଉଥିଲେ।

ଅଦ୍ୟତନ ହୋଇଛି
Adrija

Adrija

Advertisment

ଅକଳରେ ପଡ଼ିଯାଇଛି ବଲାଙ୍ଗିରର ରାଜପରିବାର। ରାଜପରିବାରର ୫ ଜଣ ସଦସ୍ୟ ଅନଙ୍ଗ ଉଦୟ ସିଂହ ଦେଓ, ତାଙ୍କ ପତ୍ନୀ, ତାଙ୍କ ବଡ଼ ପୁଅ ତଥା ପୂର୍ବତନ ସାଂସଦ କଳିକେଶ ସିଂହ ଦେଓ, ବଡ଼ ବୋହୂ ଓ ସାନ ପୁଅ ଅର୍କେଶ ସିଂହ ଦେଓଙ୍କ ବିରୋଧରେ ଆସିଛି ଯୌତୁକ ନିର୍ଯାତନା ଅଭିଯୋଗ।ଏହି ଅଭିଯୋଗ ଆଣିଛନ୍ତି ଅର୍କେଶ ସିଂହ ଦେଓଙ୍କ ପତ୍ନୀ ଅଦ୍ରିଜା ସିଂହ।।

Advertisment

ସେ କହିଛନ୍ତି, ମୋ ସ୍ୱାମୀ ଅର୍କେଶ ସିଂହ ଦେଓଙ୍କ ସମେତ ତାଙ୍କ ପରିବାର ଲୋକେ ୫ବର୍ଷ ହେବ ଯୌତୁକ ପାଇଁ ମୋତେ ମାନସିକ ନିର୍ଯାତନା ଦେଉଥିଲେ। ମେଣ୍ଟାଲ ହାରସମେଣ୍ଟ ସହ ଫିଜିକାଲ ଆସଲ୍ଟ ମଧ୍ୟ କରାଯା‌ଇଥିଲା। ଷ୍ଟାଫ୍‌ଙ୍କ ଜରିଆରେ ମୋତେ ମାଡ଼ ମଧ୍ୟ ମରାଯାଇଥିଲା।

ସେ କହିଛନ୍ତି, ମୋ ସ୍ୱାମୀ, ଶ୍ୱଶୁର, ଶାଶୁ, ଦେଢ଼ଶୁର ଓ ଯାଆ ମୋତେ ମାନସିକ ନିର୍ଯାତନା ଦେଇଛନ୍ତି। ସେମାନେ ମୋତେ ମାରପିଟ୍  କରିବା ସହ ଟିକିଏ ଟିକିଏ କଥାରେ ମୋତେ ଗାଳିଗୁଲଜ କରୁଥିଲେ। ସବୁବେଳେ ମୋ ଉପରେ ନଜର ରଖାଯାଉଥିଲା। ମୋ ବେଡ୍‌ରୁମରେ କ୍ୟାମେରା ଲଗାଇଥିଲେ। ଏନେଇ ବିରୋଧ କରିବାରୁ ମୋତେ ଗାଳିଗୁଲଜ କରିବା ସହ ଧମକଚମକ ଦେଉଥିଲେ। ମୋ ଶ୍ୱଶୁର ଯୌତୁକ ବାବଦରେ ଟଙ୍କା ଆଣିବାକୁ କହୁଥିଲେ।

Advertisment

ଅଦ୍ରିଜା କହିଛନ୍ତି, ଗତ ଅଗଷ୍ଟ ମାସରେ ମୋ ସ୍ୱାମୀ ମୋତେ ଡିଭୋର୍ସ ମାଗିଥିଲେ। କାହିଁକି ମୋ ସ୍ୱାମୀ ଡିଭୋର୍ସ ମାଗିଥିଲେ ମୁଁ ଜାଣିନି।  ମୁଁ ଏ ବିଷୟରେ ମୋ ସ୍ୱାମୀଙ୍କ ସହ ବହୁତ ଥର କଥା ହେବାକୁ ଚେଷ୍ଟା କରିଥିଲି। ଶେଷରେ ମୁଁ ୩୦ ସେପ୍ଟମ୍ବରରେ ଡେରାଡୁନର ରାଜପୁର ଥାନାରେ ମୋ ସ୍ୱାମୀ, ଶ୍ୱଶୁର, ଶାଶୁ, ଦେଢ଼ଶୁର ମୋତେ ନିର୍ଯାତନା ଦେଉଥିବା ନେଇ ଲିଖିତ ଅଭିଯୋଗ କରିଥିଲି। ପୁଲିସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ପରେ ମୁଁ ଡେରାଡୁନ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲି। ଏବେ ମାମଲା ବିଚାରାଧୀନ ରହିଛି।

ମୋ ଜୀବନପ୍ରତି ବିପଦ ଥିବାରୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ମୁଁ ପୁଲିସ ନିକଟରେ ଅପିଲ କରିଥିଲି । ହେଲେ ଏନେଇ ପୁଲିସ ପକ୍ଷରୁ ମୋତେ ସାହାଯ୍ୟ ସହଯୋଗ ମିଳିନଥିଲା। ପାୱାର ପଲିଟିକ୍ସରେ  ମାଧ୍ୟମରେ ପୁଲିସକୁ ମ୍ୟାନେଜ କରାଯାଇଥିଲା ବୋଲି ଅଦ୍ରିଜା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଅଦ୍ରିଜାଙ୍କ ସ୍ୱାମୀ ଅର୍କେଶ ସିଂହଦେଓ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆଠମାସ ତଳେ ହେଲା ଅଦ୍ରିଜା ମୋ ନାଁରେ ଘରୋଇ ହିଂସା ମାମଲା କରିଛନ୍ତି। କେସ୍ ଫାଇଲ ପରେ ମୁଁ ଡେରାଡୁନରେ ଥିବା ଘର ଛାଡ଼ି ଦେଇଛି। ସେ ଘରେ ତାଙ୍କ ଭଉଣୀ ରହୁଛନ୍ତି। ତାଙ୍କ ବାପା ଆସି ସେ ଘରେ ମାସକରେ ୧୫ରୁ ୨୦ ଦିନ ରହୁଛନ୍ତି। ଅଦ୍ରିଜାଙ୍କ ସୁରକ୍ଷା ପାଇଁ ମୁଁ ସିସିଟିଭି ଲଗାଇଥିଲି। ହେଲେ ସେ ସିସିଟିଭି ତାର କାଟି ଦେଇଥିଲେ। ତାର ଭିଡିଓ ମୁଁ ପୁଲିସକୁ ଦେଇଛି। ସେ ଘରକୁ ମୁଁ ବହୁତ କମ୍ ଯାଏ। ଅଦ୍ରିଜାଙ୍କ ବାପାଙ୍କର ଜମି ମାଫିଆଙ୍କ ସହ ସମ୍ପର୍କ ରହିଛି । କିଛି ଦିନ ତଳେ ଅଦ୍ରିଜାଙ୍କ ବାପା କିଛି ଡିମାଣ୍ଡ କରିଥିଲେ, ଯାହା ମୋ କ୍ଷମତା ଠାରୁ ବହୁତ ଅଧିକ ବୋଲି ଅର୍କେଶ ସିଂଦେଓ କହିଛନ୍ତି।

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe