Advertisment

ରାଜପରିବାରରେ ଯୌତୁକ କଳି, ଅର୍କେଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ ଅଦ୍ରିଜା

ଗତ ୨୦୧୭ ମସିହା ନଭେମ୍ବର ୨୩ ତାରିଖରେ ଅଦ୍ରିଜାଙ୍କୁ ଅର୍କେଶ ବିବାହ କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Arkesh and Adrija

Arkesh and Adrija

ବଲାଙ୍ଗିରର ପ୍ରତିଷ୍ଠିତ ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ ଆସିଛି। ଅନଙ୍ଗ ଉଦୟ ସିଂହ ଦେଓଙ୍କ ସାନ ପୁଅ ଅର୍କେଶ ସିଂହ ଦେଓଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତିତାଙ୍କ ପତ୍ନୀ ଅଦ୍ରିଜା ସିଂ।

Advertisment

ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ସହ ମାରିପିଟ୍ କରୁଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଅଦ୍ରିଜା। ଏନେଇ ସେ ଡେରାଡୁନ୍ ଥାନାରେ ଅଭିଯୋଗ କରିଛନ୍ତି। ତେବେ ପୁଲିସ ଏ ମାମଲାରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଉତ୍ତରାଖଣ୍ଡ ଡିଜିପିଙ୍କୁ ଭେଟି ନ୍ୟାୟ ମାଗିଛନ୍ତି। ଉତ୍ତରାଖଣ୍ଡ ଡିଜିପି ପୂରା ଘଟଣାର ତଦନ୍ତ ଦାୟିତ୍ୱ ଡେରାଡୁନ୍ ASPଙ୍କୁ ଦେଇଥିବା ସୂଚନା ମିଳିଛି।

ଅଦ୍ରିଜାଙ୍କ ଅଭିଯୋଗ ଅନୁସାରେ, ଅର୍କେଶ ତାଙ୍କୁ ଯୌତୁକ ପାଇଁ ମାରପିଟ୍‌ କରିବା ସହ ଏକଦା ସୁପାରୀ ଦେଇ ହତ୍ୟା ପାଇଁ ମଧ୍ୟ ଉଦ୍ୟମ କରିଥିଲେ।। ଏନେଇ ମଧ୍ୟ ଡେରାଡୁନ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ଅନ୍ୟପକ୍ଷରେ ଅଦ୍ରିଜାଙ୍କ ଏଭଳି ଅଭିଯୋଗ ନେଇ ଅର୍କେଶ ସିଂହ ଦେଓ କିମ୍ବା ତାଙ୍କ ପରିବାର ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ। ଅଦ୍ରିଜା ଶ୍ୱଶୁର ଘରେ ରହୁନାହାନ୍ତି। ସେ ତାଙ୍କ ପିତାଙ୍କ ଘର ଉତ୍ତରାଖଣ୍ଡରେ ରହୁଛନ୍ତି। ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂଙ୍କ ନାତୁଣୀ।

ସୂଚନାଯୋଗ୍ୟ, ଗତ ୨୦୧୭ ମସିହା ନଭେମ୍ବର ୨୩ ତାରିଖରେ ଅଦ୍ରିଜାଙ୍କୁ ଅର୍କେଶ ବିବାହ କରିଥିଲେ। ବିବାହ ପରେ ଉଭୟ ଡେରାଡୁନ ଥାନା ଅଧିନ ରାଜୁପର ସ୍ଥିତ ଏକ ବଙ୍ଗଳାରେ ରହୁଥିଲେ। ହେଲେ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା।

Balangir