Advertisment

ଜିଲ୍ଲା ମାନ୍ୟତା ଦାବିରେ କଣ୍ଟାବାଞ୍ଜି ବନ୍ଦ

ବନ୍ଦ ଫଳରେ ଯାନବାହନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି।

ଅଦ୍ୟତନ ହୋଇଛି
 Kantabanji

Kantabanji

Advertisment

ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି l ବନ୍ଦ ଫଳରେ ଯାନବାହନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ଆଜି ସକାଳେ  ଆନ୍ଦୋଳନକାରୀମାନେ ପିକେର୍ଟି କରି ବିଭିନ୍ନ ସ୍ଥାନରେ ଗାଡ଼ିମଟର ବନ୍ଦ କରିଛନ୍ତି। ଯାହାଫଳରେ ଯାତ୍ରୀମାନେ ଯିବାଆସିବା କରିବାରେ ଅସୁବିଧା ସୃଷ୍ଟି  ହୋଇଛି। 

Advertisment

ବନ୍ଦ ପାଳନକୁ ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ସହ କଣ୍ଟାବାଞ୍ଜି NACର ସମସ୍ତ ସଂଗଠନ ସମର୍ଥନ କରିଛନ୍ତି। ଆଗରୁ ମଧ୍ୟଜିଲ୍ଲା ଦାବି ନେଇ ନଭେମ୍ବର ୨୪ ତାରିଖ ଦିନ ବନ୍ଦ ଡାକରା ଦିଆଯାଇଥିଲା l ହେଲେ ରାଜ୍ୟସରକାର କିଛି ପଦକ୍ଷେପ ନନେବାରୁ ଆଜି ପୁଣିଥରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି l

 ଜଣେ ଆନ୍ଦୋଳକାରୀ କହିଛନ୍ତି, କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା  ପାଇଁ ଦାବି କରିବା ଆଜିର ନୁହେଁ। ଆମେ ୧୯୯୨ ମସିହାରୁ ଦାବି କରି ଆସିଛୁ।  ଆମେ ଆଶା ରଖିଛୁ କଣ୍ଟାବାଞ୍ଜି ନିଶ୍ଚିତ ଜିଲ୍ଲା ମାନ୍ୟତା ଦାବି ପାଇବ। 

Advertisment
Balangir Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe