Advertisment

ଭୋଜି ଖାଇ ୧୫ ଛାତ୍ରଛାତ୍ରୀ ଅସୁସ୍ଥ

ଗତକାଲି ପଥରଚେପା ଆଦର୍ଶ ବିଦ୍ୟାଳୟରେ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ସମ୍ବର୍ଦ୍ଧନା ଉତ୍ସବରେ ଭୋଜିଭାତ ହୋଇଥିଲା।

author-image
Tapaswini Nayak
Adarsha Vidyalaya

Adarsha Vidyalaya

ସମ୍ବର୍ଦ୍ଧନା ଉତ୍ସବରେ ଭୋଜି ଖାଇ ୧୫ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏପରି ଘଟଣା ଘଟିଛି ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ପଥରଚେପା ଆଦର୍ଶ ବିଦ୍ୟାଳୟରେ। ଅସୁସ୍ଥ ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇର ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଅଟନ୍ତି।

Advertisment

ଗତକାଲି ପଥରଚେପା ଆଦର୍ଶ ବିଦ୍ୟାଳୟରେ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ସମ୍ବର୍ଦ୍ଧନା ଉତ୍ସବରେ ଭୋଜିଭାତ ହୋଇଥିଲା। ସମସ୍ତେ ଏହି ଭୋଜି ଭାତ ଖାଇଥିଲେ। ଆଜି ସକାଳେ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କର ମୁଣ୍ଡ ଘୁରାଇବା ସହ ଝାଡ଼ା ବାନ୍ତି ହୋଇଥିଲା।

ମେଡିକାଲ ଟିମ୍ ପହଞ୍ଚି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା କରିଥିଲେ। ଚିକିତ୍ସା ପରେ ଛାତ୍ରଛାତ୍ରୀମାନେ ସୁସ୍ଥ ଥିବା ଜଣାଯାଇଛି। କ’ଣ ପାଇଁ ପିଲାମାନଙ୍କୁ ଝାଡାବାନ୍ତି ହେଲା ଫୁଡ ଇନ୍ସପେକ୍ଟର ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଛନ୍ତି।

Advertisment
Balangir