Advertisment

ସହିଲାନି ଦଇବ, ଏକ ସଙ୍ଗେ ଗଲା ୨ ସାଙ୍ଗଙ୍କ ଜୀବନ

ଦୁହେଁ ପିଲା ବେଳୁ ଖୁବ ଭଲ ସାଙ୍ଗ ଥିଲେ। ଏକ ସଙ୍ଗେ ସବୁ ଆଡ଼େ ଯାଉଥିଲେ। ଦୁହେଁ ସରକାରୀ ଚାକିରି ବି କରିଥିଲେ । ହେଲେ ଦଇବ ସହିଲାନି ସୁଖ ।

ଅଦ୍ୟତନ ହୋଇଛି
2 Friends dead

2 Friends dead

Advertisment

ଦୁହେଁ ପିଲା ବେଳୁ ଖୁବ ଭଲ ସାଙ୍ଗ ଥିଲେ। ଏକ ସଙ୍ଗେ ସବୁ ଆଡ଼େ ଯାଉଥିଲେ। ଦୁହେଁ ସରକାରୀ ଚାକିରି ବି କରିଥିଲେ । ହେଲେ ଦଇବ ସହିଲାନି ସୁଖ । ଏକ ବିବାହ ଉତ୍ସବକୁ ଯାଇଥିବା ବେଳେ ବସ୍‌ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ଆଖି ବୁଜିଦେଲେ। ଫଳରେ ଡକାଡକି ହୋଇ ଦୁହେଁ ଏକ ସଙ୍ଗେ ଆର ପାରିକି ଚାଲିଗଲେ।   

Advertisment

ଏପରି ଏକ ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ଫ ନିକଟରେ ଘଟିଛି। ମୃତକଦ୍ୱୟ ହେଲେ ତୁଷୁରା ଥାନା ନୂଆପଡା ଗାଁର ଆଶିଷ ମେହେର ଓ ମଳୟ ମନହିରା । ଉଭୟ ୨ ବର୍ଷ ହେବ ସରକାରୀ ଚାକିରି ପାଇଥିଲେ। ଆଶିଷ ଗୁଡଭେଲା ଅଞ୍ଚଳର ଏକ ଡାକଘରେ ଚାକିରି କରୁଥୁବା ବେଳେ ମଳୟ ତୁଷୁରା ସମବାୟ ସମିତିରେ ଚାକିରି କରୁଥିଲେ।

ଉଭୟ ଆଶିଷ ଓ ମଳୟ ଗତକାଲି ସନ୍ଧ୍ୟାରେ ଏକ ବାଇକ୍‌ରେ ଘରୁ ବାହାରି ପାଟଣାଗଡ଼କୁ ଏକ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ ଯାଉଥିଲେ । ଉଭୟ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଯାଉଥିବା ବେଳେ ପାଟଣାଗଡ଼ ପଟୁ ଭୁବନେଶ୍ୱର ଯାଉଥିବା ‘ଜୟ ମାତାଦି’ ନାମକ ଏକ ଘରୋଇ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ଘଟିଥିଲା।

Advertisment

ଖବର ପାଇ ପରିବାର ଲୋକେ ଓ ପୁଲିସ୍‌ ପହଞ୍ଚିବା ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଫେରାର ହୋଇଥିବା ବେଳେ ପାଟଣାଗଡ଼ ପୁଲିସ ବସ୍‌କୁ ଜବତ କରି ତଦନ୍ତ ଚଳାଇଛି।

ଚାକିରିଆ, ଭେଣ୍ଡିଆ ପୁଅଙ୍କ ମୃତ୍ୟୁ ପରେ ଉଭୟ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe