Advertisment

ରାସ୍ତାକଡ଼କୁ ଓଲଟି ପଡ଼ିଲା କାର୍‌, ୨ ଗୁରୁତର

ପଇଁତରା ପୁଲିସ କାର୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ କାର୍‌ଟି ଭାଙ୍ଗିଯାଇଛି।

Road Accident

Road Accident

Advertisment

ବଲାଙ୍ଗିର-ସୋନପୁର୫୭ ନମ୍ବର ରାଜ୍ୟ ରାଜପଥର ସାତମାଇଲ ଛକଠାରେ ଆଜି ଭୋରରୁ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଦୁଇ ଜଣଙ୍କର ପରିଚୟ ମିଳିନାହିଁ।

Advertisment

ଆଜି ଭୋର ସମୟରେ ସୁନାବେଡାରୁ ଦୁଇଜଣ ବ୍ୟକ୍ତି କୌଣସି କାମରେ କାର୍‌ ଯୋଗେ ସମ୍ବଲପୁର ଅଭିମେଖେ ଯାଉଥିଲେ। ଏହି ସମୟରେ ସାତମାଇଲ ଛକଠାରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣା ବିଷୟରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି କାର୍‌ ଭିତରରୁ ୨ଜଣ ଯାତ୍ରୀଙ୍କୁ ବାହାର କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପଇଁତରା ପୁଲିସ କାର୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Balangir Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe