Advertisment

ଟ୍ରକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ, ରୋଗୀ ସହ ଆଟେଣ୍ଡାଣ୍ଟ ଗୁରୁତର

ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଗାଡ଼ି ଛାଡି ଫେରାର ମାରିଥିଲା।

Accident

Accident

Advertisment

ବଲାଙ୍ଗିର-ସୋନପୁର ଜାତୀୟ ରାଜପଥ ୫୭ର ପୁଇଁତଲା ଛକ ନିକଟରେ ଆଜି ଭୋର ସମୟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ଜଣେ ରୋଗୀ ସହ ଆଟେଣ୍ଡାଣ୍ଟ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାରଯାଇଛି। ଆହତମାନେ ହେଲେ ନାରାୟଣ ମାହାଣା ଓ ପ୍ରସନ୍ନ ମହାପାତ୍ର। ପ୍ରସନ୍ନ ମହାପାତ୍ରଙ୍କ ଘର କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ହୋଇଥିବା ବେଳେ ନାରାୟଣଙ୍କ ଘର ତରଭା ଗାଁର ବୋଲି ଜଣାପଡ଼ିଛି।

Advertisment

ପ୍ରସନ୍ନ କୌଣସି କାମରେ ସୋନପୁରକୁ ଆସିଥିବା ବେଳେ ବାଇକ ଦୁର୍ଘଟଣାରେ ଶିକାର ହୋଇଥିଲେ। ନାରାୟଣ ତାଙ୍କୁ 108 ଆମ୍ବୁଲାନ୍ସରେ ଡାକ୍ତରଖାନା ଆଣୁଥିଲେ। ଏହି ସମୟରେ ପୁଇଁତଲା ଛକ ଠାରେ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ।

ଦୁର୍ଘଟଣା ପରେ ପ୍ରସନ୍ନଙ୍କ ଅବସ୍ଥା ଗୁରୁତର ଥିବାବେଳେ ନାରାୟଣଙ୍କ ମୁଣ୍ଡ ଫାଟି ଯାଇଥିଲା। ଉଭୟଙ୍କୁ ପ୍ରଥମେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରସନ୍ନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଗାଡ଼ି ଛାଡି ଫେରାର ମାରିଥିଲା। ପୁଇଁତଲା ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Roadaccident Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe