Advertisment

ଜେଜେ ଦେଲେ ତାଳ, ମୃଦଙ୍ଗ ବଜାଇଲା ୪ ବର୍ଷର ନାତି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କଳାକୁ ଈଶ୍ୱରଙ୍କ ଦାନ ବୋଲି କୁହାଯାଏ। ଭଗବାନ କାହାକୁ ଗାଇବା କଳା ଦେଇଛନ୍ତି ତ ଆଉ କାହାକୁ ନାଚିବା କଳା। ପୁଣି କିଏ ବିଭିନ୍ନ ବାଦ୍ୟ ବଜାଇବାର କଳାରେ ନିପୁଣ ହୋଇଥାଆନ୍ତି। କଳାକାରର କଳାକାରିତା ଛୋଟ ସମୟରୁ ହିଁ ଜଣା ପଡିଯାଇଥାଏ। ବେଳେ ବେଳେ ଛୋଟ ଛୋଟ କଳାକାର ଏମିତି କିଛି କମାଲ କରନ୍ତି ଯେ ଯାହାକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଆନ୍ତି। ଏମିତି ଜଣେ କୁନି କଳାକାରଙ୍କ ଭାଇରାଲ ଭିଡିଓ ଏବେ […]

ଜେଜେ ଦେଲେ ତାଳ, ମୃଦଙ୍ଗ ବଜାଇଲା ୪ ବର୍ଷର ନାତି

bolangir

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କଳାକୁ ଈଶ୍ୱରଙ୍କ ଦାନ ବୋଲି କୁହାଯାଏ। ଭଗବାନ କାହାକୁ ଗାଇବା କଳା ଦେଇଛନ୍ତି ତ ଆଉ କାହାକୁ ନାଚିବା କଳା। ପୁଣି କିଏ ବିଭିନ୍ନ ବାଦ୍ୟ ବଜାଇବାର କଳାରେ ନିପୁଣ ହୋଇଥାଆନ୍ତି। କଳାକାରର କଳାକାରିତା ଛୋଟ ସମୟରୁ ହିଁ ଜଣା ପଡିଯାଇଥାଏ। ବେଳେ ବେଳେ ଛୋଟ ଛୋଟ କଳାକାର ଏମିତି କିଛି କମାଲ କରନ୍ତି ଯେ ଯାହାକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଆନ୍ତି।

Advertisment

ଏମିତି ଜଣେ କୁନି କଳାକାରଙ୍କ ଭାଇରାଲ ଭିଡିଓ ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। କାନ୍ଧରେ ମୃଦଙ୍ଗ ଧରି ବଡ଼ ବଡ଼ ବାଦ୍ୟକାରଙ୍କ ପରି ଭାବଭଙ୍ଗୀ କରି ନାଚି ନାଚି ବାଦ୍ୟ ବଜାଉଛନ୍ତି ଏହି କୁନି କଳାକାର। ଏହି କୁନି କଳାକାର ଜଣକ ହେଉଛନ୍ତି ବଲାଙ୍ଗିର ସଦର ବ୍ଲକ ଶିବତଳା ନିକଟସ୍ଥ ନାଇକେନପାଲି ଗାଁର ବୀରକିଶୋର ବାରିକଙ୍କ ଚାରି ବର୍ଷର ପୁଅ ବ୍ଲେସନ ବାରିକ।

ଜେଜେବାପାଙ୍କ ଠାରୁ ମୃଦଙ୍ଗ ବଜାଇବା ଶିଖିଛନ୍ତି ବ୍ଲେସନ। ଜେଜେବାପା ଭାଗିରଥୀ ବାରିକ ମଧ୍ୟ ଜଣେ ଜଣାଶୁଣା କିର୍ତ୍ତନ ବାହକ ବା ବାଦ୍ୟକାର ଥିଲେ। ପୁଅମାନଙ୍କୁ ନିଜ କଳା ଶିଖେଇବା ପାଇଁ ଚାହୁଁଥିଲେ, କିନ୍ତୁ କେହି ଶିଖିପାରିଲେ ନାହିଁ। ଶେଷରେ ନାତି ବ୍ଲେସନ ଜେଜେଙ୍କ ସ୍ୱପ୍ନ ସାକାର କରିବାକୁ ଅଣ୍ଟାଭିଡିଛନ୍ତି।

Advertisment

ଚାରିବର୍ଷରେ ତାଙ୍କର ମୃଦଙ୍ଗ କଳାର କମାଲ ଦେଖାଉଛନ୍ତି। ଭିଡିଓରେ ଜେଜେବାପା ଏକ ଦାସକାଠିଆ ବଜାଇ ଗୀତ ଗାଉଥିବା ବେଲେ ସ୍ୱରତାଳ ଦେଇ ମୃଦଙ୍ଗ ବଜାଉଛନ୍ତି ବ୍ଲେସନ। ବିଶେଷ କରି ତାଙ୍କର ଭାବଭଙ୍ଗୀ ଆଉ ଟିକିଏ ଜୀବନ୍ତ କରୁଛି କଳାକାରିତାକୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe