Advertisment

ବିବାହ ଭୋଜିରୁ ଫେରୁଥିଲେ, ଦୁର୍ଘଟଣାରେ଼ ଗୋଟିଏ ପରିବାରର ୫ ମୃତ

ମୃତକ ମାନଙ୍କ ଘର ବଲାଙ୍ଗିର ସହର ରାମଜି ଼ପଡାର ବୋଲି ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ପହିଲି ରଜରେ ଦୁଃଖଦ ଖବର ଆସିଛି। ବଲାଙ୍ଗିର ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥର ଛୁଇଁବନ୍ଧ ଛକ ନିକଟରେ ଗତକାଲି ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକକୁ କାର ଧକ୍କା ଦେବାଫଳରେ ୫ଜଣଙ୍କର ମୃତ୍ୟୁ ଘଟିଛି। 

Advertisment

ମୃତକଙ୍କ ମଧ୍ୟରେ ଦୁଇଜଣ ଶିଶୁ ଅଛନ୍ତି। ମୃତକମାନଙ୍କ ଘର ବଲାଙ୍ଗିର ସହର ରାମଜିପଡାର ବୋଲି ସୂଚନା ମିଳିଛି। ମୃତାହତମାନେ ରାମଜି ପଡାର ଜଣାଶୁଣା ଡାକ୍ତର ଜୟନ୍ତ ନାୟକଙ୍କ ପରିବାର ବୋଲି ଜଣାପଡ଼ିଛି। ଆହତ ୨ ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

 ଗତକାଲି ରାତିରେ ଜୟନ୍ତ ନାୟକଙ୍କ ପୁଅ ଅମର ନାୟକ  ପରିବାରର ୬ଜଣଙ୍କୁ ନେଇ ଆଗଲପୁର ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ।  ବିବାହ ଭୋଜି ଖାଇ ଘରକୁ ଫେରୁଥିଲେ। ଏହି ସମୟରେ ଛୁଇଁବନ୍ଧ ଛକ ନିକଟରେ ରାସ୍ତାକଡ଼ରେ ଏକ ଟ୍ରକ୍ ଠିଆ ହୋଇଥିଲା। କାର୍‌ଟି ଭାରସାମ୍ୟ ହରାଇ ଟ୍ରକ୍‌ର ପଛକୁ ଧକ୍କା ଦେଇଥିଲା।  ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ଡାକ୍ତରଖାନାରେ ୩ଜଣଙ୍କର ମୃତ୍ୟୁ ଘଟିଥିଲା। ଆହତ ୨ଜଣଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। 

Advertisment

କାର୍‌ରେ  ୭ଜଣ ଥିଲେ। ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଓ ହେଲପରଙ୍କର କିଛି ହୋଇନାହିଁ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। 

Roadaccident Balangir , Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe