୭ ଡକାୟତ ଗିରଫ, ମାରଣାସ୍ତ୍ର ସହ ବୋଲେରୋ ଜବତ

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ବଡ଼ ଧରଣର ଡକାୟତି କରିବାକୁ ଯାଉଥିଲେ। ଧରା ନେଲା ପୁଲିସ୍। ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୭ ଜଣଙ୍କୁ ଗିରଫ କରିଛି ପୁଲିସ। ଏମିତି ଘଟଣା ଘଟିଛି ଟିଟିଲାଗଡ଼ରେ। ସୋମବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଟିଟିଲାଗଡ ପୁଲିସକୁ ଏହି ସଫଳତା ମିଳିଛି। ରାତି ୧୦ଟା ବେଳେ ଟିଟିଲାଗଡ଼ ପୁଲିସ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଏକ ବୋଲେରୋ ଦ୍ରୁତ ଗତିରେ ଯାଉଥିବା ଦେଖି ପୁଲିସ୍ ଅଟକାଇଥିଲା। ହେଲେ […]

titilagarh

Ranjit Kumar Jena
  • Published: Tuesday, 07 December 2021
  • , Updated: 07 December 2021, 09:58 PM IST

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ବଡ଼ ଧରଣର ଡକାୟତି କରିବାକୁ ଯାଉଥିଲେ। ଧରା ନେଲା ପୁଲିସ୍। ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୭ ଜଣଙ୍କୁ ଗିରଫ କରିଛି ପୁଲିସ। ଏମିତି ଘଟଣା ଘଟିଛି ଟିଟିଲାଗଡ଼ରେ। ସୋମବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଟିଟିଲାଗଡ ପୁଲିସକୁ ଏହି ସଫଳତା ମିଳିଛି।

ରାତି ୧୦ଟା ବେଳେ ଟିଟିଲାଗଡ଼ ପୁଲିସ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଏକ ବୋଲେରୋ ଦ୍ରୁତ ଗତିରେ ଯାଉଥିବା ଦେଖି ପୁଲିସ୍ ଅଟକାଇଥିଲା। ହେଲେ ବୋଲେରୋ ଅଟକିବା ମାତ୍ରେ ସେଥିରେ ବସିଥିବା ଲୋକେ ଫେରାର୍ ହେବାକୁ ଉଦ୍ୟମ କରିଥିଲେ। ପୁଲିସ ସେସମସ୍ତଙ୍କୁ କାବୁ କରିଥିଲା। ପୁଲିସ୍ ବୋଲେରୋ ଗାଡ଼ି ଯାଞ୍ଚ କରିବା ସହ ଯାତ୍ରୀଙ୍କୁ ପଚରାଉଚରା କରିଥିଲା। ପରେ ପୁଲିସ୍ ଜାଣିବାକୁ ପାଇଲା ଯେ ଏମାନେ କୌଣସି ଏକ ସ୍ଥାନକୁ ଡକାୟତି ପାଇଁ ଯାଉଥିଲେ।

ବୋଲେରୋରୁ ଖଣ୍ଡା, ଭୁଜାଲି, ଖେଳଣା ପିସ୍ତଲ ଓ ଏକ୍ ନକ୍ସା ସହିତ୍ ପୁଲିସ୍ ବୋଲେରୋକୁ ଜବତ କରିଛି। ପୁଲିସ୍ କହିବା ଅନୁସାରେ ଡକାୟତ ଦଳ ବଙ୍ଗୋମୁଣ୍ଡାର ଏକ ବ୍ୟବସାୟୀଙ୍କ ଘରେ ଡକାୟତି କରିବା ପାଇଁ ଯାଇଥିଲେ। ତେବେ ଠିକଣା ସମୟରେ ପୁଲିସର ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣକୁ ରୋକାଯାଇଛି। ଆଜି ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

Related story