cyrup
ବଲାଙ୍ଗିର (ଘଟେଶ୍ୱର ମିଶ୍ର): କରୋନା କାଳରେ ମଧ୍ୟ ଜୋରସୋରରେ ଚାଲିଛି ବେଆଇନ ନିଶା କାରବାର। ପୁଲିସ ବିଭିନ୍ନ ଜାଗାରେ ଧରପଗଡ଼ କରୁଥିଲେ ମଧ୍ୟ ନିଶା ମାଫିଆ ମାନେ କାରବାର ଜାରି ରଖିଛନ୍ତି। ଆଜି ବେଲପଡ଼ା ପୁଲିସ କପାଣୀ ଛକ ନିକଟରେ ଚଢ଼ଉ କରି ଏକ ଦାମୀ କାର ଭିତରୁ ଆଠ ପେଟି କଫସିରଫ ଜବତ କରିଛି।
ବେଆଇନ ନିଶା କାରବାର ଅଭିଯୋଗରେ ଦୁଇ ଜଣଙ୍କୁ ପୁଲିସ ଅଟକ ରଖିଥିବା ବେଳେ ଦୁଇ ଜଣ ପୁଲିସ ଆଖିରେ ଧୁଳି ଦେଇ ଫେରାର ମାରିଥିବା ଜଣାପଡିଛି। ସ୍ଥାନୀୟ ଅଞ୍ଚଳର ନିଶାବେପାରୀ ମାନଙ୍କୁ କାବୁ କରିଛି ପୁଲିସ।
ବେଲପଡା ପୁଲିସ ଅନ୍ୟ ମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି । ପୁଲିସର ତଦନ୍ତ ପରେ କଫସିରଫ୍ କେଉଁଠାରୁ ଆସୁଥିଲା ଏବଂ କେଉଁ ଜାଗାକୁ ଯାଉଥିଲା ...? କିଏ କିଏ ଏହି ନିଶା ବେପାରରେ ସାମିଲ ଅଛନ୍ତି , ଆଗାମୀ ଦିନରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/06/cyrup.jpg)