/odisha-reporter/media/post_attachments/uploadimage/library/16_9/16_9_0/Balangir_1680520218.jpg)
Balangir
ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ବଲାଙ୍ଗିର ଟାଉନ୍ ଥାନା ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛି।
ସାଗରପଡାରେ ସପରିବାରେ ବାସ କରନ୍ତି ସୁରେଶ ନାଗ। ଆଜି ସକାଳେ ସୁରେଶ ଓ ତାଙ୍କ ପତ୍ନୀ କାମ କରିବା ପାଇଁ ବାହାରକୁ ଯାଇଥିଲେ। ବଡ଼ ଓ ମଝିଆଁ ଝିଅ ସ୍କୁଲ ଯାଇଥିଲେ। ତେବେ ନବମ ଶ୍ରେଣୀରେ ପଢ଼ୁଥିବା ସାନ ଝିଅ ଲିଜା ସ୍କୁଲ ନଯାଇ ଏକାକୀ ଘରେ ରହିଥିଲେ। ମଧ୍ୟାହ୍ନରେ ସୁରେଶ ଓ ତାଙ୍କ ପତ୍ନୀ କାମରୁ ଘରକୁ ଫେରିଥିଲେ। ସେତେବେଳେ ଘରର କବାଟ ଖୋଲା ଥିଲା। ଆଉ ଘର ଭିତରେ ଲିଜା ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ।
ଝିଅର ଝୁଲନ୍ତା ମୃତଦେହ ଦେଖି ହତବାକ୍ ହୋଇଯାଇଥିଲେ ସୁରେଶ ଓ ତାଙ୍କ ପତ୍ନୀ। ଏନେଇ ସେମାନେ ସଙ୍ଗେ ସଙ୍ଗେ ଟାଉନ ଥାନାକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇ ଦେଇଛି। ଘରର କବାଟ ଭିତର ପାର୍ଶ୍ୱରୁ ଦିଆଯାଇନଥିବାରୁ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ? ଅନ୍ୟପକ୍ଷରେ ଯଦି ସେ ଆତ୍ମହତ୍ୟା କରିଛନ୍ତି, ତାହାହେଲେ କ’ଣ ପାଇଁ? ଏହାକୁ ନେଇ ନାନା ସନ୍ଦେହ ପ୍ରକାଶ ପାଉଛି।
ସେପଟେ ଏନେଇ ପରିବାର ଲୋକ ଓ ପୁଲିସ୍ର ପ୍ରତିକ୍ରିୟା ମିଳିପାରି ନାହିଁ।
ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
