Advertisment

ପୁତୁରାକୁ ମାରି ଦେଲା କକା

ପୁଇଁନ୍ତଲା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Police Station

Police Station

ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅଏଁଲାସାରୀ ଗାଁରେ ସଂପର୍କୀୟ କକାର ଆକ୍ରମଣରେ ଗୁରୁତର ହୋଇପଡ଼ିଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

Advertisment

ମୃତ ବ୍ୟକ୍ତିଙ୍କ ନାଁ ଜମୁ ଖୁଟୁଲି। ତାଙ୍କୁ ୫୦ ବର୍ଷ ହୋଇଥିଲା।

ଗତକାଲି ବିଲମ୍ୱିତ ରାତିରେ କୌଣସି କାରଣରୁ ଜମୁକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ସଂପର୍କୀୟ କକା ବିଭୂତି ଷାଣ୍ଡ।

ଗୁରୁତର ଅବସ୍ଥାରେ ଜମୁକୁ ବଲାଙ୍ଗିରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଅଣାଯାଇଥିଲା। ତେବେ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।

Advertisment

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଜମୁ ଖୁଟୁଲିଙ୍କର ମୃତ୍ୟୁ ହୋଇଛି।

ଜମି ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ଥିଲା ବୋଲି ଜଣାପଡ଼ିଛି। ପୁଇଁନ୍ତଲା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Murder Balangir Police