Advertisment

Snake Bites: କାଳ ହେଲା ସାପ ସହ ଖେଳ, ଜିଭରେ ମାରିଲା ଚୋଟ

ବକାଗୁରା ଗାଁରେ ଜଣଙ୍କ ଘରେ ଏକ ନାଗ ସାପ ପଶିଥିଲା। ସାପକୁ ଦେଖି ଘର ମାଲିକ ସନ୍ତୋଷଙ୍କୁ ଫୋନ୍ କରିଥିଲେ। ସନ୍ତୋଷ ସେଠାରେ ପହଞ୍ଚି କିଛି ସମୟ ମଧ୍ୟରେ ସାପଟିକୁ ସୁରକ୍ଷିତ ଭାବେ ଧରିବାରେ ସଫଳ ହୋଇଥିଲେ।

Santosh

ମୃତ ସନ୍ତୋଷ Photograph: (OR)

Advertisment

ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅଲଣ୍ଡା ପଞ୍ଚାୟତ ବକାଗୁରା ଗାଁରେ ସର୍ପାଘାତରେ ଜଣେ ସାପ ଧରାଳିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସନ୍ତୋଷ ଚନ୍ଦା। ତାଙ୍କ ଘର ସିନ୍ଧେକେଲାର ସାହୁପଡ଼ାରେ।

Advertisment

ସିନ୍ଧେକେଲା ଅଞ୍ଚଳରେ କାହା ଘରେ ସାପ ପଶିଲେ ସନ୍ତୋଷ ସେଠାକୁ ଯାଇ ସାପକୁ ଧରି ଜଙ୍ଗଲରେ ଛାଡ଼ି ଦିଅନ୍ତି।  ବକାଗୁରା ଗାଁରେ ଜଣଙ୍କ ଘରେ ଏକ ନାଗ ସାପ ପଶିଥିଲା। ସାପକୁ ଦେଖି ଘର ମାଲିକ ସନ୍ତୋଷଙ୍କୁ ଫୋନ୍ କରିଥିଲେ। ସନ୍ତୋଷ ସେଠାରେ ପହଞ୍ଚି କିଛି ସମୟ ମଧ୍ୟରେ ସାପଟିକୁ ସୁରକ୍ଷିତ ଭାବେ ଧରିବାରେ ସଫଳ ହୋଇଥିଲେ।

ସାପଟିକୁ ଧରିବା ପରେ ସନ୍ତୋଷ ତାକୁ ଗାଁ ଦାଣ୍ଡକୁ ନେଇ ତା’ସହିତ ବିଭିନ୍ନ ପ୍ରକାରେ ଖେଳିଥିଲେ। ତାହା ଉପସ୍ଥିତ ଗ୍ରାମବାସୀଙ୍କୁ ଆମୋଦିତ କରିଥିଲା।
ସାପଟିକୁ ସନ୍ତୋଷ ଫ୍ଲାଇଂ କିସ୍ କରୁଥିବା ବେଳେ ଘଟିଥିଲା ଅଘଟଣ। ସାପଟି ହଠାତ ତାଙ୍କୁ ଚୋଟ ମାରିଥିଲା। ସାପଟି ତାଙ୍କ ଜିଭରେ ଚୋଟ ମାରିଥିଲା। ସର୍ପାଘାତରେ ଗୁରୁତର ହୋଇପଡ଼ିଥିବା ସନ୍ତୋଷଙ୍କୁ ପ୍ରଥମେ ସିନ୍ଧେକେଲା ଡାକ୍ତରଖାନା ନିଆଯାଇଥିଲା। ପରେ ତାଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ସନ୍ତୋଷଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୂରା ସିନ୍ଧେକେଲା ଅଞ୍ଚଳରେ ଲୋକେ ଦୁଃଖ ପ୍ରକାଶ କରିଛନ୍ତି। କାହା ଘରେ ସାପ (Snake) ପଶିଲେ, ସେ ଖବର ପାଇ ସଙ୍ଗେ ସଙ୍ଗେ ପହଞ୍ଚି ଯାଉଥିଲେ। ରାତି ଅଧରେ ହେଲେ ବି ସେ ଯାଉଥିଲେ। ସାପ ଧରିବା ପାଇଁ ସେ କାହାଠାରୁ ଟଙ୍କା ନେଉ ନଥିଲେ।

ଅନ୍ୟପକ୍ଷରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବଡ଼ଝାଡ଼ ଗାଁରେ ସର୍ପାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ମୃତ ମହିଳାଙ୍କ ନାଁ ପ୍ରମିଳା ଜେନା। ତାଙ୍କ ସ୍ୱାମୀଙ୍କ ନାଁ ରବୀନ୍ଦ୍ର ଜେନା।

ଗତକାଲି ରାତିରେ ସ୍ୱାମୀସ୍ତ୍ରୀ ଘରେ ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡ଼ିଥିଲା। ପରିବାର ଲୋକେ ସେମାନଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ ନିଆଯାଇଥିଲା। ସେଠାରେ ପ୍ରମିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ରବୀନ୍ଦ୍ର ସେଠାରେ ଚିକିତ୍ସାଧୀନ ଅଛନ୍ତି। 

Snake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe