Weapon
Advertisment
ଜଣେ ନାବାଳକଙ୍କ ପେଟରେ ପଶି ଯାଇଛି ବର୍ଛା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅଏଁଲାଭଟା ଗାଁରେ ରବିବାର ଘଟିଛି ଏହି ଘଟଣା।
Advertisment
ଏହି ନାବାଳକଙ୍କ ନାଁ ରାଜୁ ଥନାପତି (୧୬)। ଆଜି ସକାଳେ ସେ ଘରେ ଥିବା ଏକ ଛୋଟ ବର୍ଛା ଧରି ଖେଳୁଥିବା ବେଳେ ହଠାତ୍ ତାହା ତାଙ୍କ ପେଟରେ ପଶି ଯାଇଥିଲା। ବର୍ଛାଟି ତାଙ୍କ ପେଟରେ ଲାଗି ରହିଛି।
ପରିବାର ଲୋକେ ତାଙ୍କୁ ତୁରନ୍ତ ବେଲପଡ଼ା ଡାକ୍ତରଖାନାକୁ ନେଇ ଯାଇଥିଲେ। ତେବେ ସେଠାରେ ଡାକ୍ତର ରାଜୁଙ୍କ ପେଟରୁ ବର୍ଚ୍ଛାଟିକୁ କାଢ଼ି ପାରି ନଥିଲେ।
Advertisment
ଏହା ପରେ ତାଙ୍କୁ ବଲାଙ୍ଗିରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Weapon_1674971515.jpg)