Advertisment

ମାମୁ ଘରୁ ମିଳିଲା ଆଲବମ୍ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ଝୁଲନ୍ତା ମୃତଦେହ

ବଲାଙ୍ଗିର ସୁଦପଡ଼ାରେ ଥିବା ତାଙ୍କ ମାମୁଙ୍କ ଘରୁ ଆଜି ରାତି ପ୍ରାୟ ୮ଟା ବେଳେ ଝୁଲନ୍ତା ମୃତଦେହ ଠାବ ହୋଇଛି।

author-image
Niranjan Mishra
actress Ruchismita Guru

actress Ruchismita Guru

ଆଲବମ୍ ଅଭିନେତ୍ରୀ ତଥା ଗାୟିକା ରୁଚିସ୍ମିତା ଗୁରୁଙ୍କ ସନ୍ଦେହଜନକ ମୃତ୍ୟୁ। ବଲାଙ୍ଗିର ସୁଦପଡ଼ାରେ ଥିବା ତାଙ୍କ ମାମୁଙ୍କ ଘରୁ ଆଜି ରାତି ପ୍ରାୟ ୮ଟା ବେଳେ ଝୁଲନ୍ତା ମୃତଦେହ ଠାବ ହୋଇଛି। ଖବର ପାଇ ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କ ନିଜ ଘର ସୋନପୁର ଜିଲ୍ଲା ବରମହାରାଜପୁରରେ। ସେ କିଛିଦିନ ହେବ ସହରର ତାଲପାଲିପଡ଼ାରେ ରହୁଥିଲେ। ସେ ମା’ଙ୍କ ସହ ତାଙ୍କ ମାମୁଘର ସୁଦପଡ଼ାକୁ ଆସିଥିଲେ।

Advertisment

ପାରିବାରିକ ଅଶାନ୍ତିକୁ ନେଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅଲୋଚନା ହେଉଥିବା ହେଁ ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ନିଆଯାଇଛି।

ସେ ବଲାଙ୍ଗିରରେ ଜଣେ ଜଣାଶୁଣା ଭଜନ ଗାୟିକା ଭାବେ ପରିଚିତ। କେତେକ ଆଲବମ୍‌ରେ ଅଭିନୟ କରିବା ପରେ ସେ ଆହୁରି ଚର୍ଚ୍ଚାକୁ ଆସିଥିଲେ। ବିଭିନ୍ନ ସ୍ଥାନରେ ତାଙ୍କ ଷ୍ଟେଜ୍ ଶୋ’ ମଧ୍ୟ ଦେଖିବାକୁ ମିଳୁଥିଲା। ତାଙ୍କ ମୃତ୍ୟୁର କାରଣ ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।

Advertisment
Actress Dead