Advertisment

ସମାଜସେବୀଙ୍କୁ ଧୋକା ଦେଲେ ଆଦିବାସୀ ନେତା!

ଆଦିବାସୀଙ୍କ ହକ ପାଇଁ ଲଢ଼େଇ କରୁଥିବା ଜଣେ ନେତା ବିବାହର ପ୍ରତିଶ୍ରୁତି ଦେଇ ଜଣେ ମହିଳା ସମାଜସେବୀଙ୍କୁ ନିଜର ପ୍ରେମ ଜାଲରେ ଫସାଇଥିଲେ। ଏଥିସହ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ।

Stop Rape

stop Rape

Advertisment

ଚର୍ଚ୍ଚାରେ ଆଦିବାସୀ ନେତା ଓ ସମାଜସେବୀଙ୍କ ଲଭ, ସେକ୍ସ ଓ ଧୋକା ଘଟଣା। ପ୍ରେମରେ ପ୍ରତାରଣା କରି ଗିରଫ ହୋଇଛନ୍ତି ଜଣେ ଆଦିବାସୀ ନେତା। ଆଦିବାସୀଙ୍କ ହକ ପାଇଁ ଲଢ଼େଇ କରୁଥିବା ଜଣେ ନେତା ବିବାହର ପ୍ରତିଶ୍ରୁତି ଦେଇ ଜଣେ ମହିଳା ସମାଜସେବୀଙ୍କୁ ନିଜର ପ୍ରେମ ଜାଲରେ ଫସାଇଥିଲେ। ଏଥିସହ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। କିନ୍ତୁ ଠିକଣା ବେଳେ ସେ ମହିଳାଙ୍କୁ ଧୋକା ଦେଇଛନ୍ତି। ସମାଜସେବୀ ଜଣଙ୍କ ପୁଲିସ୍‌ରେ ଏନେଇ ଅଭିଯୋଗ କରିବା ପରେ ଆଦିବାସୀ ନେତାଙ୍କୁ ଗିରଫ କରାଯାଇଛି। କିନ୍ତୁ ସେ ସମସ୍ତ ପ୍ରକାରର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ ସେ ଟଙ୍କା ନେଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ବୋଲି ସଫେଇ ଦେଇଛନ୍ତି। 

Advertisment

ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅଞ୍ଚଳରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଗିରଫ ଆଦିବାସୀ ନେତା ଜଣଙ୍କ ହେଉଛନ୍ତି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସଂପାଦକ ଗିରିଧାରୀ ଭୋଇ। ଗିରିଧାରୀ ବେଶ କିଛି ବର୍ଷ ହେଲା ଜଣେ ମହିଳାଙ୍କୁ ପ୍ରେମ କରୁଥିଲେ। ମହିଳା ଜଣଙ୍କ ଜଣେ ସମାଜସେବୀ। ସେ ମଧ୍ୟ ଗିରିଧାରୀଙ୍କୁ ଭଲ ପାଉଥିଲେ। କିଛି ବର୍ଷର ପ୍ରେମ ପରେ ଗିରିଧାରୀ ମହିଳାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ମହିଳା ଜଣଙ୍କ ମଧ୍ୟ ଏଥିରେ ରାଜି ହୋଇଥିଲେ। ଏହାର ଫାଇଦା ଉଠାଇ ଗିରିଧାରୀ ଉକ୍ତ ମହିଳାଙ୍କ ସହ ବାରମ୍ବାର ଶାରୀରିକ ସଂପର୍କ ରଖିଥିଲେ। ମହିଳା ଜଣଙ୍କ ବିବାହ ପାଇଁ ଜିଦ ଧରିବାରୁ ଗିରିଧାରୀଙ୍କ ଅସଲ ଚେହେରା ସାମ୍ନାକୁ ଆସିଥିଲା। ସେ ମହିଳାଙ୍କୁ ପ୍ରଥମେ ଅଣଦେଖା କରିବା ଆରମ୍ଭ କରିଥିଲେ। ତଥାପି ମହିଳା ଜଣଙ୍କ ତାଙ୍କ ପଛରେ ପଡ଼ିବାରୁ ସେ ହଠାତ କେଉଁ ଆଡ଼େ ଚାଲି ଯାଇଥିଲେ। ଗିରିଧାରୀ ଧୋକା ଦେଇଥିବାରୁ ମହିଳା ଜଣଙ୍କ ବାଧ୍ୟ ହୋଇ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Advertisment

ପାଟଣାଗଡ଼ ପୁଲିସ ଉକ୍ତ ଅଭିଯୋଗ ଆଧାରରେ ତଦନ୍ତ କରି ଆଦିବାସୀ ନେତାଙ୍କୁ ଗିରଫ କରିଛି। ତେବେ ମହିଳା ଜଣଙ୍କ ଆଣିଥିବା ଅଭିଯୋଗକୁ ଗିରିଧାରୀ ଖଣ୍ଡନ କରିଛନ୍ତି। ଏଥିସହ ସେ ସାଂଘାତିକ ଅଭିଯୋଗ ମହିଳାଙ୍କ ବିରୋଧରେ ଆଣିଛନ୍ତି।

ଗିରିଧାରୀ ଭୋଇ କହିଛନ୍ତି, “ମୋ ନାଁରେ ଆସିଥିବା ଦୁଷ୍କର୍ମ ଅଭିଯୋଗ ସଂପୂର୍ଣ୍ଣ ମିଛ। ମହିଳା ଜଣଙ୍କ ଆଉ ଗୋଟିଏ ଜାଗାରେ ବିବାହ କରିଥିଲେ। ତେବେ ସେଠାରେ ସନ୍ତୁଷ୍ଟ ନଥିବାରୁ ସେ ମୋ ପାଖକୁ ଆସୁଥିଲେ। ଶାରୀରିକ ସମ୍ପର୍କ ରଖିବା ପାଇଁ ସେ ମୋତେ ଟଙ୍କା ମଧ୍ୟ ଦେଉଥିଲେ। ମୋତେ ବଦନାମ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର।”

ଅନ୍ୟପକ୍ଷରେ ଅଭିଯୋଗାରୀ ମହିଳା କହିଛନ୍ତି, “ଗିରିଧାରୀ ଭୋଇ ମୋତେ ୨ ବର୍ଷ ତଳେ ପ୍ରେମ ନିବେଦନ କରିଥିଲେ। ଏଥିସହ ଗୋଟିଏ ଥର ସେ ମୋତେ ବେଲପଡ଼ାର ଗିରିଗୋବର୍ଦ୍ଧନ ମନ୍ଦିରକୁ ନେଇ ବିବାହ କରିଥିଲେ। ଏହାପରେ ମୁଁ ଯେତେବେଳେ ସମାଜର ରୀତିନୀତି ଅନୁସାରେ ବାହା ହେବାକୁ କହିଲି, ସେ ସମୟ ଗଡ଼ାଇବାରେ ଲାଗିଥିଲେ। ଶେଷରେ ସେ ଲୁଚିବା ଆରମ୍ଭ କରିଥିଲେ। ଫୋନ ସୁଇଚଅଫ କରିବା ସହ ଆଉ ଧରା ଛୁଆଁ ଦେଇ ନଥିଲେ। ତେଣୁ ନ୍ୟାୟ ପାଇଁ ମୁଁ ପୁଲିସ୍‌ର ଦ୍ୱାରସ୍ଥ ହୋଇଛି।”

Odisha Balangir Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe