ଆନ୍ଦୋଳନକୁ ଓହ୍ଲାଇବେ ରେଲୱେ ବକ୍ସ ବୟ!

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ରେଲୱେ ଷ୍ଟେସନରେ କାମ କରୁଥିବା ବକ୍ସ ବୟଙ୍କ ପାଇଁ ବଢ଼ିଲା ଚିନ୍ତା। ବନ୍ଦ ହୋଇଯିବ ବକ୍ସ ବୟଙ୍କ କାମ। ଯାହାଫଳରେ ଏବେ ସେମାନେ ଜୀବିକା ହରାଇବାକୁ ବସିଛନ୍ତି। ଆଉ ରେଲୱେର ଏଭଳି ନିଷ୍ପତ୍ତିକୁ ବକ୍ସ ବୟମାନେ ବିରୋଧ କରିଛନ୍ତି। ଟିଟିଲାଗଡ଼ ରେଳ ଷ୍ଟେସନରେ ବକ୍ସବୟ ଭାବେ କାମ କରୁଥିବା ୧୨ରୁ ୧୫ ଜଣ ଯୁବକ ଗତ ୨୦ରୁ ୨୫ ବର୍ଷ ହେଲା ଏକ ଠିକାଦାରଙ୍କ ଅଧିନରେ କାମ କରୁଥିଲେ। ଆଉ ଏହି […]

box-boy

box-boy

Ranjit Kumar Jena
  • Published: Thursday, 30 September 2021
  • Updated: 01 October 2021, 11:39 AM IST

Sports

Latest News

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ରେଲୱେ ଷ୍ଟେସନରେ କାମ କରୁଥିବା ବକ୍ସ ବୟଙ୍କ ପାଇଁ ବଢ଼ିଲା ଚିନ୍ତା। ବନ୍ଦ ହୋଇଯିବ ବକ୍ସ ବୟଙ୍କ କାମ। ଯାହାଫଳରେ ଏବେ ସେମାନେ ଜୀବିକା ହରାଇବାକୁ ବସିଛନ୍ତି। ଆଉ ରେଲୱେର ଏଭଳି ନିଷ୍ପତ୍ତିକୁ ବକ୍ସ ବୟମାନେ ବିରୋଧ କରିଛନ୍ତି।

ଟିଟିଲାଗଡ଼ ରେଳ ଷ୍ଟେସନରେ ବକ୍ସବୟ ଭାବେ କାମ କରୁଥିବା ୧୨ରୁ ୧୫ ଜଣ ଯୁବକ ଗତ ୨୦ରୁ ୨୫ ବର୍ଷ ହେଲା ଏକ ଠିକାଦାରଙ୍କ ଅଧିନରେ କାମ କରୁଥିଲେ। ଆଉ ଏହି କାମରୁ ଯାହା କିଛି ମିଳୁଥିଲା, ସେଥିରେ ସେମାନଙ୍କ ପରିବାରର ଗୁଜରାଣ ମେଣ୍ଟୁଥିଲେ। ହେଲେ ରେଲୱେ ସମ୍ବଲପୁର ଡିଭିଜନର ମନମୁଖୀ କାମ ଯୋଗୁ ଏବେ ଏମାନେ ଜୀବିକା ହରାଇବାକୁ ବସିଛନ୍ତି।

ଟିଟିଲାଗଡ଼ ରେଳ ଷ୍ଟେସନରେ ଟ୍ରେନ୍ ପାଇଲଟ, ଗାର୍ଡ ଓ ଅନ୍ୟାନ୍ୟ ରନିଙ୍ଗ ଷ୍ଟାଫର ପରିବର୍ତ୍ତନ ହୋଇଥାଏ। ଏହି ଷ୍ଟାଫମାନଙ୍କର ବାକ୍ସକୁ ଟ୍ରେନକୁ ଚଢାଇବା ଓ ଓହ୍ଲାଇବା କାମ ଏହି ବକ୍ସ ବୟଙ୍କର ହୋଇଥାଏ। ଏହି କାମ କରି ଯୁବକମାନେ ନିଜ ପରିବାର ପୋଷଣ କରୁଥିଲେ। ହେଲେ ବର୍ତ୍ତମାନ ରେଳ ବିଭାଗ ଏହି ବାକ୍ସ ଚଢାଇବା କାମ ବନ୍ଦ କରୁଥିବାରୁ ଯୁବକମାନେ ନିଜ ଜୀବିକା ହରାଇବା ପରିସ୍ଥିତିରେ ପହଞ୍ଚିଛନ୍ତି। ଯାହା ଫଳରେ ଯୁବକମାନେ ରେଳ ବିଭାଗର ଏଭଳି ପଦକ୍ଷେପକୁ ବିରୋଧ କରି ବର୍ତ୍ତମାନ କାମ ବନ୍ଦ କରିଛନ୍ତି।

ଭାରତର ସମସ୍ତ ଡିଭିଜନରେ ଏହି କାମ ଚାଲୁ ରହିଥିବା ବେଳେ କେବଳ ସମ୍ବଲପୁର ଡିଭିଜନରେ କାହିଁକି ଏହା ବନ୍ଦ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ଏହି ବକ୍ସ ବୟ। ଏହା ସହିତ ଏମାନେ ଏହାର କଡ଼ା ପ୍ରତିବାଦ କରିବେ ବୋଲି କହିଛନ୍ତି। ତା’ ଛଡ଼ା ରେଳ ବିଭାଗ ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର ନକଲେ ଆଗକୁ ଆନ୍ଦୋଳନ କରିବେ ବୋଲି ଏମାନେ କହିଛନ୍ତି। ଏ ସମ୍ପର୍କରେ ADME କୌଣସି ମନ୍ତବ୍ୟ ଦେଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos