Advertisment

ଆନ୍ଦୋଳନକୁ ଓହ୍ଲାଇବେ ରେଲୱେ ବକ୍ସ ବୟ!

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ରେଲୱେ ଷ୍ଟେସନରେ କାମ କରୁଥିବା ବକ୍ସ ବୟଙ୍କ ପାଇଁ ବଢ଼ିଲା ଚିନ୍ତା। ବନ୍ଦ ହୋଇଯିବ ବକ୍ସ ବୟଙ୍କ କାମ। ଯାହାଫଳରେ ଏବେ ସେମାନେ ଜୀବିକା ହରାଇବାକୁ ବସିଛନ୍ତି। ଆଉ ରେଲୱେର ଏଭଳି ନିଷ୍ପତ୍ତିକୁ ବକ୍ସ ବୟମାନେ ବିରୋଧ କରିଛନ୍ତି। ଟିଟିଲାଗଡ଼ ରେଳ ଷ୍ଟେସନରେ ବକ୍ସବୟ ଭାବେ କାମ କରୁଥିବା ୧୨ରୁ ୧୫ ଜଣ ଯୁବକ ଗତ ୨୦ରୁ ୨୫ ବର୍ଷ ହେଲା ଏକ ଠିକାଦାରଙ୍କ ଅଧିନରେ କାମ କରୁଥିଲେ। ଆଉ ଏହି […]

ଅଦ୍ୟତନ ହୋଇଛି
ଆନ୍ଦୋଳନକୁ ଓହ୍ଲାଇବେ ରେଲୱେ ବକ୍ସ ବୟ!

box-boy

Advertisment

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ରେଲୱେ ଷ୍ଟେସନରେ କାମ କରୁଥିବା ବକ୍ସ ବୟଙ୍କ ପାଇଁ ବଢ଼ିଲା ଚିନ୍ତା। ବନ୍ଦ ହୋଇଯିବ ବକ୍ସ ବୟଙ୍କ କାମ। ଯାହାଫଳରେ ଏବେ ସେମାନେ ଜୀବିକା ହରାଇବାକୁ ବସିଛନ୍ତି। ଆଉ ରେଲୱେର ଏଭଳି ନିଷ୍ପତ୍ତିକୁ ବକ୍ସ ବୟମାନେ ବିରୋଧ କରିଛନ୍ତି।

Advertisment

ଟିଟିଲାଗଡ଼ ରେଳ ଷ୍ଟେସନରେ ବକ୍ସବୟ ଭାବେ କାମ କରୁଥିବା ୧୨ରୁ ୧୫ ଜଣ ଯୁବକ ଗତ ୨୦ରୁ ୨୫ ବର୍ଷ ହେଲା ଏକ ଠିକାଦାରଙ୍କ ଅଧିନରେ କାମ କରୁଥିଲେ। ଆଉ ଏହି କାମରୁ ଯାହା କିଛି ମିଳୁଥିଲା, ସେଥିରେ ସେମାନଙ୍କ ପରିବାରର ଗୁଜରାଣ ମେଣ୍ଟୁଥିଲେ। ହେଲେ ରେଲୱେ ସମ୍ବଲପୁର ଡିଭିଜନର ମନମୁଖୀ କାମ ଯୋଗୁ ଏବେ ଏମାନେ ଜୀବିକା ହରାଇବାକୁ ବସିଛନ୍ତି।

ଟିଟିଲାଗଡ଼ ରେଳ ଷ୍ଟେସନରେ ଟ୍ରେନ୍ ପାଇଲଟ, ଗାର୍ଡ ଓ ଅନ୍ୟାନ୍ୟ ରନିଙ୍ଗ ଷ୍ଟାଫର ପରିବର୍ତ୍ତନ ହୋଇଥାଏ। ଏହି ଷ୍ଟାଫମାନଙ୍କର ବାକ୍ସକୁ ଟ୍ରେନକୁ ଚଢାଇବା ଓ ଓହ୍ଲାଇବା କାମ ଏହି ବକ୍ସ ବୟଙ୍କର ହୋଇଥାଏ। ଏହି କାମ କରି ଯୁବକମାନେ ନିଜ ପରିବାର ପୋଷଣ କରୁଥିଲେ। ହେଲେ ବର୍ତ୍ତମାନ ରେଳ ବିଭାଗ ଏହି ବାକ୍ସ ଚଢାଇବା କାମ ବନ୍ଦ କରୁଥିବାରୁ ଯୁବକମାନେ ନିଜ ଜୀବିକା ହରାଇବା ପରିସ୍ଥିତିରେ ପହଞ୍ଚିଛନ୍ତି। ଯାହା ଫଳରେ ଯୁବକମାନେ ରେଳ ବିଭାଗର ଏଭଳି ପଦକ୍ଷେପକୁ ବିରୋଧ କରି ବର୍ତ୍ତମାନ କାମ ବନ୍ଦ କରିଛନ୍ତି।

Advertisment

ଭାରତର ସମସ୍ତ ଡିଭିଜନରେ ଏହି କାମ ଚାଲୁ ରହିଥିବା ବେଳେ କେବଳ ସମ୍ବଲପୁର ଡିଭିଜନରେ କାହିଁକି ଏହା ବନ୍ଦ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ଏହି ବକ୍ସ ବୟ। ଏହା ସହିତ ଏମାନେ ଏହାର କଡ଼ା ପ୍ରତିବାଦ କରିବେ ବୋଲି କହିଛନ୍ତି। ତା’ ଛଡ଼ା ରେଳ ବିଭାଗ ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର ନକଲେ ଆଗକୁ ଆନ୍ଦୋଳନ କରିବେ ବୋଲି ଏମାନେ କହିଛନ୍ତି। ଏ ସମ୍ପର୍କରେ ADME କୌଣସି ମନ୍ତବ୍ୟ ଦେଇନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe